odisha24 Live

Latest News

Latest News

ଓଡ଼ିଶା ଆସିବେ ରାହୁଲ, ଆୟୋଜିତ ହେବ ‘ଛାତ୍ରୋ କି ଗୁଞ୍ଜ’

ଭୁବନେଶ୍ୱର : ଓଡ଼ିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଅକ୍ଟୋବର ମାସରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିପାରନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ଯ କଂଗ୍ରେସ ସଭାପତି ଭକ୍ତ ଦାସ । ଓଡିଶାରେ ଛାତ୍ରୋ କି ଗୁଞ୍ଜ କାର୍ଯ୍ୟକ୍ରମରେ ଯୋଗଦେବେ ରାହୁଲ। ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ଛାତ୍ରୋ କି ଗୁଞ୍ଜ କାର୍ଯ୍ୟକ୍ରମ। ବିଶେଷ କରି ଜେନ୍- ଜି, ଅର୍ଥାତ୍ ଯୁବପିଢ଼ି ଏବଂ ଛାତ୍ରମାନଙ୍କର ବିଭିନ୍ନ ପ୍ରସଙ୍ଗ ଏବଂ ସମସ୍ୟାକୁ ଏହି ମଞ୍ଚରେ ଉଠାଇବେ ରାହୁଲ । ଭୁବନେଶ୍ୱରରେ ଏଥିପାଇଁ ବିଶାଳ କାର୍ଯ୍ୟକ୍ରମ କରିବ କଂଗ୍ରେସ ।
ଏହି କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ସିଧାସଳଖ ଛାତ୍ରମାନଙ୍କ ସହ ଆଲୋଚନା କରିବେ। ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୦ ହଜାର ଯୁବପିଢ଼ିଙ୍କୁ ସାମିଲ ପାଇଁ ଲକ୍ଷ୍ୟ ରଖାଯାଇଛି। ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତକୁ ନେଇ କଂଗ୍ରେସ କ୍ୟାମ୍ପ ଉତ୍ସାହିତ ଥିବାବେଳେ, ଯୁବ ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ଏହା ଦଳର ଏକ ବଡ଼ ଗେମ୍ପ୍ଲାନ୍ ବୋଲି ଚର୍ଚ୍ଚା ହେଉଛି। ପଞ୍ଚାୟତ ନିର୍ବାଚନକୁ ଆଖିରେ ରଖି ଏବେଠାରୁ କମର କଷିଲାଣି କଂଗ୍ରେସ। ଦଳର ସାଙ୍ଗଠନିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ ଏକ ବଡ଼ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ଆସନ୍ତା ଗାନ୍ଧୀ ଜୟନ୍ତୀ ଅର୍ଥାତ୍ ଅକ୍ଟୋବର ୨ ତାରିଖରୁ ନବରଙ୍ଗପୁରରୁ ଆରମ୍ଭ ହେବାକୁ ଯାଉଛି କଂଗ୍ରେସର ପଦଯାତ୍ରା। ରାଜ୍ୟର ସମସ୍ତ ବ୍ଲକ ଘେରାଉ କରିବାକୁ ବି ଯୋଜନା ହୋଇଛି । ଏଥିରେ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀଙ୍କୁ ସାମିଲ କରାଯିବ।ପିସିସି କମିଟି ଗୁଡ଼ିକ ଏହି ସମଗ୍ର କାର୍ଯ୍ୟକ୍ରମ ଉପରେ ତୀକ୍ଷ୍ଣ ନଜର ରଖିବେ ।

ଓଡ଼ିଶା କଂଗ୍ରେସର ଏହି ଅଭିଯାନକୁ ସଫଳ କରିବା ପାଇଁ ମଇଦାନକୁ ଓହ୍ଲାଇବେ କେନ୍ଦ୍ରୀୟ ନେତୃତ୍ୱ। ଜାନୁଆରୀ ଏବଂ ଫେବୃଆରୀ ମାସ ଭିତରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମଧ୍ୟ ଓଡ଼ିଶା ଗସ୍ତ କରିବାର କାର୍ଯକ୍ରମ ସ୍ଥିର ହେଉଛି । ସେପଟେ ବିଜେପି କହିଛି ରାହୁଲ ଗାନ୍ଧୀ ଆସିଲେ ବି କିଛି ଫରକ ପଡିବ ନାହିଁ | ଯିଏ ଦେଶର ସେନାକୁ ଭର୍ସନା କରନ୍ତି ତାଙ୍କୁ କିଏ ଭରଷା କରିବ | ଜଗନ୍ନାଥଙ୍କ ମାଟି କେବେ ବି ରାହୁଲଙ୍କ ଗ୍ରହଣ କରିପାରିବ ନାହିଁ | ବିଜେଡି କହିଛି ଦଳ ସହଜେନ-ଜି ରହିଛନ୍ତି । ପୂର୍ବରୁ ଦିଲ୍ଲୀ, ମହାରାଷ୍ଟ୍ର,ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତର ପ୍ରଦେଶ ଭଳି ବିଭିନ୍ନ ରାଜ୍ୟରେ ଛାତ୍ରୋ କି ଗୁଞ୍ଜ କାର୍ଯକ୍ରମକୁ ସଫଳତା ମିଳିଥିବା ନେଇ କଂଗ୍ରେସ ଦାବି କରିଛି ।

Share In Social Media
Scroll to Top