odisha24 Live

Latest News

Latest News

କୃଷ୍ଣଜନ୍ମ ନୀତି ପାଇଁ ୫ ଘଣ୍ଟା ବନ୍ଦ ଶ୍ରୀମନ୍ଦିର ଦର୍ଶନ

ପୁରୀ : ଆଜି ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ‘କୃଷ୍ଣଜନ୍ମ’ ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ସୂଚନା ଅନୁସାରେ, ସନ୍ଧ୍ୟାଧୂପ ଭୋଗ ଛେକ ଆସିବା ପରେ ‘କୃଷ୍ଣଜନ୍ମ’ ନୀତି ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଆପାତତଃ ବନ୍ଦ ରହିବ । ଏହି କ୍ରମରେ ସନ୍ଧ୍ୟା ୭ଟାରୁ ରାତି ୧୨ଟା ପର୍ଯ୍ୟନ୍ତ, ପ୍ରାୟ ୫ ଘଣ୍ଟା ଧରି ଭକ୍ତମାନଙ୍କ ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସମୟ ମଧ୍ୟରେ ଶ୍ରୀମନ୍ଦିରରେ ନିର୍ଦ୍ଧାରିତ ନୀତିକାନ୍ତି ଓ ଧାର୍ମିକ କାର୍ଯ୍ୟ ସମ୍ପନ୍ନ ହେବ । ତେଣୁ ଆଜି ସନ୍ଧ୍ୟା ସମୟରେ ଶ୍ରୀମନ୍ଦିର ଦର୍ଶନ ପାଇଁ ଯୋଜନା କରିଥିବା ଭକ୍ତମାନେ ଏହି ସମୟସୀମାକୁ ଧ୍ୟାନରେ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Share In Social Media
Scroll to Top