odisha24 Live

Latest News

Latest News

ଓଡ଼ିଶାରେ ଭୂମିକମ୍ପ ଝଟକା

ଭୁବନେଶ୍ୱର: ଦେବଗଡ଼ ଜିଲ୍ଲା ନିକଟରେ ୩.୯ ତୀବ୍ରତାର ଭୂକମ୍ପ ଅନୁଭୂତ ହେବା ଫଳରେ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ସୋମବାର ରାତି ୧୦:୪୮ ସମୟରେ ସାମାନ୍ୟ କମ୍ପନ ଅନୁଭୂତ ହୋଇଥିଲା।
ଏହାର କେନ୍ଦ୍ରସ୍ଥଳ ଛେଣ୍ଡିପଦା ବ୍ଲକ ସଦର ମହକୁମାଠାରୁ ପ୍ରାୟ ୨୫ କିମି ଦୂର ବ୍ଲକର ସୀମାନ୍ତ ଚଢେଇମରା ଜଙ୍ଗଲ ।

ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି-NCS ରିପୋର୍ଟ ଅନୁସାରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୯ ଥିଲା । ଭୂଗର୍ଭର ୨୦ କିମି ଗଭୀରରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ପ୍ରଭାବ ଚଢ଼େଇମାର ଗ୍ରାମ ନିକଟସ୍ଥ ଦେବଗଡ଼ ଜିଲ୍ଲାର ଚଢେଇମରା, ଆଉଁଳି, ପାଟକମୁଣ୍ଡା, ଟାଙ୍ଗିରି, ରାଇପାଳ, ଛେଣ୍ଡିପଦା, ଖାମର, କୋଶଳା ବାଗଡ଼ିଆ, ପାତ୍ରପଡା ଆଦି ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଛି । ତେବେ କୌଣସି ଧନଜୀବନ ହାନି ହୋଇନଥିବା ସୂଚନା ।

Share In Social Media
Scroll to Top