odisha24 Live

Latest News

Latest News

ଅଗଷ୍ଟ ୩୦ରେ ନିଟ୍-ପିଜି ପରୀକ୍ଷା

ନୂଆଦିଲ୍ଲୀ : ନ୍ୟାସନାଲ୍ ବୋର୍ଡ ଅଫ୍ ଏଜୁକେସନ୍ ମେଡିକାଲ୍ ସାଇନ୍ସେସ୍ ପକ୍ଷରୁ ନିଟ୍ ପିଜି ୨୦୨୬ ଆଡମିଟ୍ କାର୍ଡ ପ୍ରକାଶନ ତାରିଖରେ ପରିବର୍ତ୍ତନ କରାଯାଇଛି। ସୋମବାର ଜାରି ଏକ ସର୍ବସାଧାରଣ ବିଜ୍ଞପ୍ତି ଅନୁଯାୟୀ, ବର୍ତ୍ତମାନ ନିଟ୍ ପିଜି ୨୦୨୬ ଆଡମିଟ୍ କାର୍ଡ ଆସନ୍ତା ଅଗଷ୍ଟ ୨୫, ୨୦୨୬ ତାରିଖରେ ଜାରି କରାଯିବ।
ଅଫିସିଆଲ୍ ସୂଚୀ ଅନୁଯାୟୀ, ନିଟ୍ ପିଜି ପରୀକ୍ଷା ଆସନ୍ତା ଅଗଷ୍ଟ ୩୦, ୨୦୨୬ ଦିନ ସକାଳ ୯:୦୦ ଟାରୁ ଦ୍ୱିପ୍ରହର ୧୨:୩୦ ଟା ପର୍ଯ୍ୟନ୍ତ ଗୋଟିଏ ସିଫ୍ଟରେ ଦେଶର ପ୍ରାୟ ୩୪୦ଟି ସହର ଏବଂ ୧,୩୦୦ରୁ ଅଧିକ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ। ପୂର୍ବରୁ ପ୍ରାର୍ଥୀମାନଙ୍କ ସୁବିଧା ପାଇଁ ଆଡମିଟ୍ କାର୍ଡ ପ୍ରକାଶନ ତାରିଖ ଅଗଷ୍ଟ ୨୭ରୁ ପରିବର୍ତ୍ତନ କରାଯାଇ ଅଗଷ୍ଟ ୨୪ କରାଯାଇଥିଲା।

Share In Social Media
Scroll to Top