odisha24 Live

Latest News

Latest News

ଟାଟୁ ଦେଖାଇ ଚର୍ଚ୍ଚାରେ ଜୁରେଲ

କୋଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଭାରତୀୟ କ୍ରିକେଟ ଦଳ ନିଜର ଭାରତର ଦମ୍‌ଦାର ପ୍ରଦର୍ଶନ କରିଛି। ଦଳ ୯ ୱିକେଟ ହରାଇ ୫୦୩ ରନ୍‌ରେ ନିଜର ପ୍ରଥମ ଇନିଂସ ଘୋଷଣା କରିଛି। ଏହି ଇନିଂସର ପ୍ରମୁଖ ଆକର୍ଷଣ ଥିଲେ ଧ୍ରୁବ ଜୁରେଲ ଏବଂ ଋଷଭ ପନ୍ତ। ଧ୍ରୁବ ନିଜ ଟେଷ୍ଟ କ୍ୟାରିୟରର ଦ୍ୱିତୀୟ ଶତକ ହାସଲ କରିବା ସହ ଅପରାଜିତ ୧୧୫ ରନ୍‌ର ଏକ ଚମତ୍କାର ଇନିଂସ ଖେଳିଛନ୍ତି। ଶତକ ପୂରଣ କରିବା ପରେ ସେ ହେଲମେଟ୍ ଓହ୍ଲାଇ ନିଜ ବାମ ହାତରେ ଥିବା ‘ଜୟ ଯବାନ-ଜୟ କିଶାନ’ ଟାଟୁ ଦେଖାଇ ବିଶେଷ ଶୈଳୀରେ ଉତ୍ସବ ପାଳନ କରିଥିଲେ।ତେବେ ୯୯ ରନ୍‌ରୁ ୧୦୦ ରନ୍‌ରେ ପହଞ୍ଚିବା ପାଇଁ ତାଙ୍କୁ ୧୩ଟି ବଲ୍ ଅପେକ୍ଷା କରିବାକୁ ପଡ଼ିଥିଲା। ଶ୍ରୀଲଙ୍କା ମାଟିରେ ୭ମ କିମ୍ବା ତା’ଠାରୁ ତଳ କ୍ରମରେ ବ୍ୟାଟିଂ କରି ଶତକ ହାସଲ କରିବାରେ ଜୁରେଲ ଦ୍ୱିତୀୟ ଭାରତୀୟ ବ୍ୟାଟର ବନିଛନ୍ତି। ଅନ୍ୟପଟେ, ପ୍ରଥମ ଦିନରେ ଆହାତ ହୋଇ ରିଟାୟାର୍ଡ ହର୍ଟ ହୋଇଥିବା ଋଷଭ ପନ୍ତ ଦ୍ୱିତୀୟ ଦିନରେ ପୁଣି ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲେ। ସେ ୮୯ ବଲ୍‌ରୁ ୬୩ ରନ୍‌ର ଧମାକାଦାର ଇନିଂସ ଖେଳିଥିଲେ।

Share In Social Media
Scroll to Top