
ଭୁବନେଶ୍ୱର : ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ। ଖଣି ସଂଶୋଧନ ବିଲ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ସାଂସଦଙ୍କୁ ଚିଠି ଲେଖି କହିଛନ୍ତି, ସଂଶୋଧନ ବିଲ ରାଜ୍ୟ ସରକାରଙ୍କ କ୍ଷମତା ଛଡାଇ ନେଉଛି । ସାଂସଦମାନେ ଚ୍ୟାଲେଞ୍ଜ କରନ୍ତୁ, ପ୍ରତ୍ୟାହାର ଦାବି କରନ୍ତୁ । ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରନ୍ତୁ । ଇତିହାସ ସେମାନଙ୍କୁ ମନେ ରଖିବ । ବିବେକର ଡାକକୁ ଶୁଣନ୍ତୁ, ଓଡିଶା ପାଇଁ ଲଢନ୍ତୁ । ସୂଚନାଥାଉକି, ପୂର୍ବରୁ ଏମଏମଡିଆର ସଂଶୋଧିତ ବିଲ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ ନବୀନ।





