
ପୁରୀ : ଶ୍ରୀମନ୍ଦିରରେ ଚାଲିଛି ବଡ଼ ମହାସ୍ନାନ । ଯେଉଁଥିପାଇଁ ବନ୍ଦ ରହିଛି ସାଧାରଣ ଦର୍ଶନ । ଘଣ୍ଟାଏ ଧରି ବନ୍ଦ ରହିବ ଦର୍ଶନ । ସାଢେ ୨ ଟାରେ ଦର୍ଶନ କରିବେ ଭକ୍ତ । ଭିତରକାଠ ଧୁକୁଡି ଦ୍ୱାରରେ ପଡିଥିଲା ବାନ୍ତି । ମନ୍ଦିର ପରିସର ଅଶୌଚ ହେବା ଯୋଗୁଁ ମହାପ୍ରଭୁଙ୍କର ବିଶେଷ ‘ମହାସ୍ନାନ’ ନୀତି କରାଯାଉଛି । ଶ୍ରୀମନ୍ଦିର ପରମ୍ପରା ଓ ସେବାୟତଙ୍କ ସୂଚନା ଅନୁଯାୟୀ, ମନ୍ଦିର ପରିସରରେ କୌଣସି ପ୍ରକାରର ଅଶୌଚ କିମ୍ବା ଅପବିତ୍ରତା ଦେଖାଦେଲେ ବିଗ୍ରହ ଓ ମନ୍ଦିର ପରିସରକୁ ଶୁଦ୍ଧ କରିବା ପାଇଁ ମହାସ୍ନାନ କରାଯିବା ବିଧି ରହିଛି ।





