
ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଦୁଇ ଦିନିଆ କିର୍ଗିଜସ୍ତାନ ଗସ୍ତରେ ଯାଇ ସେଠାକାର ରାଜଧାନୀ ବିଶକେକ୍ ଠାରେ ପହଞ୍ଚିଛନ୍ତି । ଏହି ବହୁ ପ୍ରତୀକ୍ଷିତ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ୨୬ତମ ଶାଙ୍ଘାଇ ସହଯୋଗ ସଙ୍ଗଠନ ଶିଖର ସମ୍ମିଳନୀରେ ଯୋଗଦାନ କରିବେ। ଏହି ସମ୍ମିଳନୀ ସାଂଘାଇ ସହଯୋଗ ସଂଗଠନର ୨୫ତମ ବାର୍ଷିକୀ ଉପଲକ୍ଷେ ଅନୁଷ୍ଠିତ ହେଉଛି। ଭାରତ ୨୦୧୭ ମସିହାରୁ ଏହି ସଂଗଠନର ଏକ ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ରହି ଆସିଛି। ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀକୁ ସମ୍ବୋଧିତ କରିବେ ଏବଂ ଏହି ମଞ୍ଚରେ ସୁରକ୍ଷା, ସଂଯୋଗୀକରଣ ଓ ସୁଯୋଗ ସମ୍ବନ୍ଧୀୟ ଭାରତର ପ୍ରାଥମିକତା ଗୁଡ଼ିକ ଉପରେ ଆଲୋକପାତ କରିବେ। ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଏସସିଓ ନେତାମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ। ଏହି ଅବସରରେ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ ଓ ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ସାକ୍ଷାତ କରିପାରନ୍ତି ମୋଦି।





