odisha24 Live

Latest News

Latest News

ଏମ୍‌ବିବିଏସ୍‌ ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର : ଉଭୟ ସରକାରୀ, ଘରୋଇ ମେଡିକାଲ କଲେଜରେ ଡାକ୍ତରୀ ସ୍ନାତକ ଡିଗ୍ରୀ (ଏମ୍ବିବିଏସ/ବିଡିଏସ) ପଢ଼ିବା ପାଇଁ ଗୁରୁବାରଠୁ ଆରମ୍ଭ ହେବ ରାଉଣ୍ଡ-୨ ନାମଲେଖା । ରାଜ୍ୟରେ ଥିବା ସମସ୍ତ ୧୪ଟି ସରକାରୀ ମେଡିକାଲ କଲେଜ, ଘରୋଇ ମେଡିକାଲ କଲେଜ ପାଇଁ ସର୍ବଭାରତୀୟ କୋଟା (୧୫ପ୍ରତିଶତ)ରେ କାଉନସେଲିଂ ଚାଲିବ । ଏହାପରେ ୭ ତାରିଖରୁ ରାଜ୍ୟ କୋଟା(୮୫ ପ୍ରତିଶତ)ରେ ଚାଲିବ କାଉନସେଲିଂ ।
ଏହି ପ୍ରକ୍ରିୟା ୧୧ ପର୍ଯ୍ୟନ୍ତ ଜାରିରହିବ । ୧୯ରୁ ମେଡିକାଲ କାଉନସେଲିଂ କମିଟି (ଏମସିସି) ପକ୍ଷରୁ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ପ୍ରମାଣପତ୍ରର ଯାଞ୍ଚ ହେବ । ଆସନ୍ତା ୧୫ରୁ ପାଠପଢ଼ା ଆରମ୍ଭ ହେବ । ରାଜ୍ୟରେ ଏବେ ୧୪ଟି ସରକାରୀ ମେଡିକାଲ କଲେଜରେ ମୋଟ ୧୮୦୦ ସିଟ୍ ରହିଛି । କଟକ ଏସସିବି ମେଡିକାଲ କଲେଜ, ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜରେ ସର୍ବାଧିକ ୨୫୦ ଲେଖାଏଁ ସିଟ୍ ରହିଛି ।
ସମ୍ବଲପୁରର ଭିମସାରରେ ୨୦୦, କୋରାପୁଟ ସହିଦଲକ୍ଷ୍ମଣ ନାୟକ ମେଡିକାଲ କଲେଜ, ମୟୂରଭଞ୍ଜ ପିଆର ମୁର୍ମୁ ମେଡିକାଲ କଲେଜରେ ୧୨୫ ଲେଖାଏଁ, ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ, ବାଲେଶ୍ୱର ଏଫଏମ୍ ମେଡିକାଲ କଲେଜ, ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ, କଳାହାଣ୍ଡି ସହିହ ରେଣ୍ଡୋ ମାଝୀ ମେଡିକାଲ କଲେଜ, କେନ୍ଦୁଝର ଧରଣୀଧର ମେଡିକାଲ କଲେଜ, ସୁନ୍ଦରଗଡ଼ ମେଡିକାଲ କଲେଜ, ଫୁଲବାଣୀ ମେଡିକାଲ କଲେଜ, ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜରେ ୧୦୦ ଲେଖାଏଁ ଓ ଯାଜପୁର ଯଯାତୀ କେଶରୀ ମେଡିକାଲ କଲେଜରେ ୫୦ ସିଟ୍ ରହିଛି ।

Share In Social Media
Scroll to Top