
ଭୁବନେଶ୍ୱର : ରାଜ୍ୟର ସମସ୍ତ ମହିଳା ହିତାଧିକାରୀମାନଙ୍କୁ ଆସନ୍ତା ୧୭ ତାରିଖ ସନ୍ଧ୍ୟାରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜ ନିଜ ଘରେ ଦୀପ ପ୍ରଜ୍ୱଳନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆହ୍ୱାନ ଦେଇଛନ୍ତି। ସେବା, କୃତଜ୍ଞତା ଏବଂ ମହିଳା ସଶକ୍ତୀକରଣର ପ୍ରତୀକ ସ୍ୱରୂପ ଏହି ଦୀପ ପ୍ରଜ୍ୱଳନ କରାଯିବ ବୋଲି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ସମୀକ୍ଷା ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏଥିରେ ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀ , କ୍ଲଷ୍ଟର ସ୍ତରୀୟ ମହାସଂଘ , ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ, ବ୍ଲକ ଓ ଜିଲ୍ଲା ସ୍ତରୀୟ ମହାସଂଘ, ଲକ୍ଷପତି ଦିଦି, ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ କମ୍ପାନୀଗୁଡ଼ିକୁ ସକ୍ରିୟ ଭାବେ ଅଂଶଗ୍ରହଣ କରିବେ।





