
ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ଉପକୂଳବର୍ତ୍ତୀ ସହର ଦୀଘାରେ ଜଗନ୍ନାଥ ମନ୍ଦିର ଅବସ୍ଥିତ। ପୁଣି ବିବାଦ ଘେରକୁ ଆସିଛି ଦୀଘାର ଜଗନ୍ନାଥ ମନ୍ଦିର। ମନ୍ଦିର ରୋଷଶାଳାରେ ଜୋତା ପିନ୍ଧି ରୋଷେଇ କରାଯାଉଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଯାହାକୁ ଭକ୍ତ ଓ ସଂସ୍କୃତିପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଏବଂ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହା ଶ୍ରୀଜଗନ୍ନାଥ ସଂସ୍କୃତିର ପବିତ୍ରତା ଓ ରୀତିନୀତି ପ୍ରତି ଏକ କୁଠାରଘାତ ବୋଲି କୁହାଯାଉଛି । ମନ୍ଦିର ରୋଷେଇ କିମ୍ବା ଭୋଗ ପ୍ରସ୍ତୁତି ସମୟରେ କଠୋର ନିଷ୍ଠା ଏବଂ ଶୁଦ୍ଧତା ରକ୍ଷା କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଛି । ଜୋତା ପିନ୍ଧି ରୋଷେଇ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିବା ପରେ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଲାଗିଛି ।





