କେଶ ଝଡ଼ିବାରେ ଚିନ୍ତିତ କି? ଶାମ୍ପୁ ବଦଳରେ ଘରର ଏହି ସହଜ ଜିନିଷ ବ୍ୟବହାର କରନ୍ତୁ!
ଆଜିକାଲି ବଜାରରେ ମିଳୁଥିବା ବିଭିନ୍ନ ବ୍ରାଣ୍ଡର ଶାମ୍ପୁରେ ଅନେକ ପ୍ରକାରର କ୍ଷତିକାରକ ରାସାୟନିକ ପଦାର୍ଥ ବା କେମିକାଲ୍ ବ୍ୟବହାର କରାଯାଉଛି । ପ୍ରତିଦିନ କିମ୍ବା ବାରମ୍ବାର ଏହି କେମିକାଲଯୁକ୍ତ ଶାମ୍ପୁ ଲଗାଇବା ଦ୍ୱାରା କେଶର ପ୍ରାକୃତିକ ତେଲ ନଷ୍ଟ ହୋଇଯିବା ସହ କେଶ ରୁକ୍ଷ ଏବଂ ଦୁର୍ବଳ ହୋଇଯାଏ। ଏହାର ପରିଣାମ ସ୍ୱରୂପ ଅକାଳରେ କେଶ ପାଚିବା, ଝଡ଼ିବା ଏବଂ ରୁପି (ଡାଣ୍ଡ୍ରଫ୍) ଭଳି ସମସ୍ୟା ଦେଖାଦିଏ। ତେବେ ବିନା ଶାମ୍ପୁରେ କିପରି କେଶ ସଫା ରଖିବେ









