ବାଣିଜ୍ୟ
ଖସିଲା ସୁନା-ରୁପା ଦର, ବଜାରରେ ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି
ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ଉତ୍ତେଜନା ଯୋଗୁଁ ସୁନା ତିନି ସପ୍ତାହ ପରେ ସର୍ବନିମ୍ନସ୍ତରକୁ ଖସିଲା ସୁନା। ସ୍ପଟ୍ ସୁନା ୦ ଦଶମିକ ୬% ଖସି ୪ ହଜାର ୩୦୪ ଡଲାରରେ ପହଂଚିଲା ପ୍ରତି ଆଉନ୍ସ। ତୈଳ ମୂଲ୍ୟ ବୃଦ୍ଧି, ମୁଦ୍ରାସ୍ଫୀତି ଓ ସୁଦ୍ଧ ହାର ବୃଦ୍ଧି ଭୟ ଯୋଗୁ ଖସୁଛି ସୁନା ଦର। ଡିସେମ୍ବର ବିତରଣ ପାଇଁ ଆମେରିକୀୟ ସୁନା ଫ୍ୟୁଚର୍ସ ୧% ଖସି ୪,୩୫୦ ଡଲାର ଛୁଇଁଛି। ମଙ୍ଗଳବାର ଯୁକ୍ତରାଷ୍ଟ୍ର ଇରାନ ଉପରେ ଆକ୍ରମଣ ଚଳାଇଥିଲା
କମିଲା ସୁନା ଦର,ଗ୍ରାହକଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି
ନୂଆଦିଲ୍ଲୀ : ଆଜି ସୁନା ଏବଂ ରୂପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି। ମଧ୍ୟପ୍ରାଚ୍ୟରେ ଆମେରିକା-ଇରାନ ସଂଘର୍ଷ ଏବଂ ଆମେରିକୀୟ ଫେଡେରାଲ୍ ରିଜର୍ଭ ଦ୍ୱାରା ସୁଧ ହାର ବୃଦ୍ଧି ଆଶଙ୍କା ଯୋଗୁଁ ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ଗତ ତିନି ସପ୍ତାହର ସର୍ବନିମ୍ନ ସ୍ତରକୁ ଖସିଆସିଛି।ଆନ୍ତର୍ଜାତୀୟ ବଜାରରେ ତୌଳ କାରବାର ହ୍ରାସ ପାଉଛି, ଯାହା ଅଗଷ୍ଟ ୭ ପରଠାରୁ ସବୁଠାରୁ କମ୍। ତେଲ ଦର ବୃଦ୍ଧି ଏବଂ ମୁଦ୍ରାସ୍ଫୀତି ଭୟ ଯୋଗୁଁ ସୁନା ଦର
ବାରଣାସୀ-ଅଯୋଧ୍ୟା ତୀର୍ଥଯାତ୍ରା ଟ୍ରେନ୍ର ଶୁଭାରମ୍ଭ
ଭୁବନେଶ୍ୱର : ଭୁବନେଶ୍ୱର ନ୍ୟୁ ରେଳ ଷ୍ଟେସନ (ପଟିଆ) ଠାରେ ଆଜି ପୂର୍ବାହ୍ନ ୧୧:୦୦ ଘଟିକା ସମୟରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ୭୮୫ ଜଣ ଯୋଗ୍ୟ ତୀର୍ଥଯାତ୍ରୀଙ୍କୁ ଓଡିଶାରୁ ବାରଣାସୀ-ଅଯୋଧ୍ୟା ନେଇ ଯାଉଥିବା ଏକ ସ୍ୱତନ୍ତ୍ର ଟ୍ରେନ୍କୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଶୁଭାରମ୍ଭ କରିଛନ୍ତି। ଚଳିତ ଆର୍ଥିକ ବର୍ଷର ପ୍ରଥମ ପର୍ଯ୍ୟାୟରେ ପୁରୀ, କଟକ, ଜଗତସିଂହପୁର, ଖୋର୍ଦ୍ଧା,
ଯୁଦ୍ଧ ଭୟରେ ଷ୍ଟକ୍ ମାର୍କେଟ୍ରେ ହାହାକାର
ନୂଆଦିଲ୍ଲୀ : ଆମେରିକା-ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାର ପ୍ରଭାବ ଭାରତୀୟ ଷ୍ଟକ୍ ମାର୍କେଟ୍ରେ ଦେଖିବାକୁ ମିଳିଛି। ଅଶୋଧିତ ତୈଳ ଦର ପୁଣି ବ୍ୟାରେଲ ପିଛା ୧୦୦ ଡଲାର ଛୁଇଁବା ପରେ ଆଜି ଶେୟର ବଜାରରେ ଦେଖାଦେଇଛି ବଡ଼ ହ୍ରାସ। ନିଫଟି ୫୦ ୨୩,୯୦୦ରେ ପହଞ୍ଚି ଥିଲା। ସକାଳ ୯:୩୦ ସୁଦ୍ଧା ସେନସେକ୍ସ ୭୧୧ ପଏଣ୍ଟ କିମ୍ବା ୦.୯୧% ହ୍ରାସ ପାଇ ୭୬,୨୩୨ ରେ ପହଞ୍ଚିଥିଲା। ଏହି ସମୟରେ, ନିଫଟି ୫୦ ୨୩୪.୯୦ ପଏଣ୍ଟ କିମ୍ବା ୦.୯୮% ହ୍ରାସ
ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଝଟକା
ନୂଆଦିଲ୍ଲୀ : ମାସର ପ୍ରଥମ ଦିନରୁ ହିଁ ଗ୍ରାହକଙ୍କ ଉପରେ ପଡ଼ିଲା ଅତିରିକ୍ତ ବୋଝ ବଢ଼ିଲା ଚିନ୍ତା, ବିଗିଡ଼ିପାରେ ଘରୋଇ ବଜେଟ୍। ଦିଲ୍ଲୀରୁ ପାଟନା ପର୍ଯ୍ୟନ୍ତ ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି।ସରକାରୀ ତେଲ ବିପଣନ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି । ଦିଲ୍ଲୀରେ ମୂଲ୍ୟ ୯ଟଙ୍କା ୫୦ ପଇସା ବୃଦ୍ଧି ପାଇଛି। ଅନ୍ୟପଟେ ମୁମ୍ବାଇରେ ସାଧାରଣ ଲୋକ ଏବେ CNG ମୂଲ୍ୟ ବୃଦ୍ଧି ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଅନ୍ତର୍ଜାତୀୟ
ଆଜିର ସୁନା ଦର କେତେ? ଜାଣନ୍ତୁ ପୂରା ଅପଡେଟ୍!
ମୁମ୍ବାଇ : ଅନେକ ଦିନ ଧରି ସୁନା ଦର ଆକାଶ ଛୁଆଁ ରହିଥିବା ବେଳେ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା। ଗୋଟିଏ ପଟେ ପାର୍ବଣ ଋତୁକୁ ଅନ୍ୟ ପଟେ ଆଗକୁ ବିବାହ ଋତୁ ଥିବାରୁ ସୁନା କିଣିବା ପାଇଁ ଲୋକେ ଚିନ୍ତାରେ ପଡ଼ିଥିଲେ। ମାତ୍ର ଏବେ ଆଶ୍ୱସ୍ତି ମିଳିଛି। ଗତ କିଛି ଦିନ ଧରି ସୁନା ଦର ଲଗାତାର ଶସ୍ତା ହେଉଛି।ସୋମବାର ଅର୍ଥାତ୍ ଅଗଷ୍ଟ ୩୧ରେ ଭୁବନେଶ୍ୱରରେ ସୁନା ଦାମ୍ ୨୪ କ୍ୟାରେଟ୍ ୧୦ ଗ୍ରାମ୍
ଲାପଟପ୍ ଦୁନିଆରେ ଆସୁଛି ନୂଆ ଟେକ୍ନୋଲୋଜିର ଧମାକା
ନୂଆଦିଲ୍ଲୀ : ଭାରତୀୟ ବଜାରରେ ଏବେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏଆଇ ସୁବିଧା ଥିବା ଲାପଟପ୍ଗୁଡ଼ିକର ଏଣ୍ଟ୍ରି ହେଉଛି । ନିକଟରେ ପ୍ରମୁଖ ବ୍ରାଣ୍ଡ ଏସର ଭାରତରେ ଏହାର ନୂଆ ‘ସ୍ବିଫ୍ଟ ନେଓ ଏଆଇ’ ଲାପଟପ୍ ଲଞ୍ଚ କରିଛି, ଯାହାର ପ୍ରାରମ୍ଭିକ ମୂଲ୍ୟ ₹୬୭,୯୯୯ ରଖାଯାଇଛି । ଏହା ସହିତ ଏହା , ଅସୁସ, ଡେଇଏଲଏଲ ଏବଂ ଲେନଭ ଭଳି କମ୍ପାନୀଗୁଡ଼ିକ ମଧ୍ୟ ନିଜର ନୂଆ ନୂଆ ଏଆଇ-ପାୱାର୍ଡ ଲାପଟପ୍ ଭାରତୀୟ ଗ୍ରାହକମାନଙ୍କ ପାଇଁ ବଜାରକୁ ଆଣୁଛନ୍ତି ।ଇଣ୍ଟେଲ
ସୁନା ଦରରେ ଆସିବ ବଡ଼ ପରିବର୍ତ୍ତନ
ମୁମ୍ବାଇ : ସୁନା କିଣୁଥିବା ଗ୍ରାହକମାନଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଘରୋଇ ସୁନା ବଜାରରେ ଶୁକ୍ରବାର ଦିନ ସୁନା ଏବଂ ରୂପା ଦରରେ ଜୋରଦାର ହ୍ରାସ ଦେଖିବାକୁ ମିଳିଛି। ରାଜଧାନୀ ଦିଲ୍ଲୀରେ ସୁନା ଦର ୧୦ ଗ୍ରାମ ପ୍ରତି ୩,୩୦୦ ଟଙ୍କା ପର୍ଯ୍ୟନ୍ତ ଖସିଥିବା ବେଳେ ରୂପା ଦର କିଲୋଗ୍ରାମ ପ୍ରତି ୫,୦୦୦ ଟଙ୍କା ହ୍ରାସ ପାଇଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୮,୨୪୦
ମହଙ୍ଗା ହେଲା ସିଏନଜି
ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ମହଙ୍ଗା ହେଲା ସିଏନଜି। କେଜି ପ୍ରତି ୩ ଟଙ୍କା ୮୯ ପଇସା ମହଙ୍ଗା ହୋଇଛି। ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ୍ (ଆଇଜିଏଲ) ପକ୍ଷରୁ ଏହି ଦର ବୃଦ୍ଧି ହୋଇଛି। ନୂଆ ଦର ଆଜିଠୁ ଲାଗୁ ହୋଇଛି। ଏହି ନୂଆ ଦର ଆଜି ସକାଳ ୬ଟାରୁ ଲାଗୁ ହୋଇଛି।ଦର ବୃଦ୍ଧି ପରେ ଦିଲ୍ଲୀରେ CNG ମୂଲ୍ୟ କେଜି ପ୍ରତି ୮୩.୦୯ ଟଙ୍କାରୁ ବଢ଼ି ୮୬.୯୮ ଟଙ୍କା ହୋଇଛି। ଏହାର ପ୍ରଭାବ କେବଳ ଦିଲ୍ଲୀରେ ନୁହେଁ,








