
ମୁମ୍ବାଇ : ଭାରତୀୟ ବଜାରରେ ନୂଆ ସ୍ମାର୍ଟଫୋନ୍ ଲଞ୍ଚ୍ କରିଛି ଟେକ୍ନୋ । ବଡ଼ ବ୍ୟାଟେରୀ, ଫାଷ୍ଟ ଚାର୍ଜିଂ ଓ ୧୨୦Hz ରିଫ୍ରେଶ୍ ରେଟ୍ ଭଳି ଫିଚର୍ସ ସହ କମ୍ପାନୀ Tecno Spark 50sକୁ ବଜାରକୁ ଆଣିଛି । ଏହି ଫୋନରେ ୬,୫୦୦mAh ବ୍ୟାଟେରୀ ରହିବା ସହ ଅନେକ ଦମଦାର୍ ଫିଚର୍ସ ମଧ୍ୟ ରହିଛି । ତେବେ ଏହି ନୂଆ ସ୍ମାର୍ଟଫୋନରେ କେଉଁ ସବୁ ଫିଚର୍ସ ମିଳିବ ଏବଂ ଏହାର ମୂଲ୍ୟ କେତେ, ଆସନ୍ତୁ ଜାଣିବା ।
ଫିଚର୍ସ:
Tecno Spark 50sରେ ୬.୭୮ ଇଞ୍ଚର LCD ଡିସପ୍ଲେ ଦିଆଯାଇଛି । ଏହା HD+ ରିଜୋଲ୍ୟୁସନ୍ରେ ୭୨୦ × ୧୬୦୦ ପିକ୍ସେଲକୁ ସପୋର୍ଟ କରେ । ଏଥିରେ ୧୨୦Hz ରିଫ୍ରେଶ୍ ରେଟ୍ ମିଳୁଥିବାରୁ ସ୍କ୍ରିନରେ ସ୍କ୍ରୋଲିଂ ଓ ଆନିମେସନ୍ ଅଧିକ ସ୍ମୁଥ୍ ହୋଇପାରିବ । ଫୋନରେ MediaTek Dimensity 6400 ପ୍ରୋସେସର୍ ଦିଆଯାଇଛି । ଏହା ସହ ୮GB ପର୍ଯ୍ୟନ୍ତ RAM ଓ ୧୨୮GB ଇଣ୍ଟରନାଲ୍ ଷ୍ଟୋରେଜର ସୁବିଧା ରହିଛି । ଏହି ସ୍ମାର୍ଟଫୋନ୍ Android 16 ଅପରେଟିଂ ସିଷ୍ଟମରେ କାମ କରିବ । ଏହି ଫୋନର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏହାର ୬,୫୦୦mAh ବ୍ୟାଟେରୀ । ଅଧିକ ସମୟ ଫୋନ୍ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏହା ଉପଯୋଗୀ ହୋଇପାରେ । ଏଥିରେ ୪୫W ୱାୟାର୍ଡ ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ଦିଆଯାଇଛି ।
ଏହା ବ୍ୟତୀତ ଫୋନଟି MIL-STD-810H ମିଲିଟାରୀ ଗ୍ରେଡ୍ ଡ୍ୟୁରେବିଲିଟି ସହ ଆସୁଛି । ଏଥିରେ IP64 ରେଟିଂ ମଧ୍ୟ ରହିଛି, ଯାହା ପାଣି ଛିଟାରୁ ଫୋନକୁ ସୁରକ୍ଷା ଦେବାରେ ସହାୟକ ହୁଏ । ତେବେ ଏହାକୁ ପାଣିରେ ବୁଡ଼ାଇ ବ୍ୟବହାର କରିବା ଉଚିତ ନୁହେଁ ।
କ୍ୟାମେରା:
କ୍ୟାମେରା ବିଷୟରେ କହିବାକୁ ଗଲେ, ଫଟୋଗ୍ରାଫି ପାଇଁ Tecno Spark 50sର ବ୍ୟାକ୍ ସାଇଡରେ ୫୦MPର ମେନ୍ କ୍ୟାମେରା ସହ ଏକ ସେକେଣ୍ଡାରୀ କ୍ୟାମେରା ଦିଆଯାଇଛି । ଏହାର କ୍ୟାମେରା ମଡ୍ୟୁଲର ଡିଜାଇନ୍ Google Pixel ସ୍ମାର୍ଟଫୋନରୁ ପ୍ରେରିତ । ସେଲ୍ଫି ଓ ଭିଡିଓ କଲିଂ ପାଇଁ ଏଥିରେ ୮MPର ଫ୍ରଣ୍ଟ୍ କ୍ୟାମେରା ମିଳିବ । କନେକ୍ଟିଭିଟି ପାଇଁ ଫୋନରେ Wi-Fi, 5G, 4G LTE, ବ୍ଲୁଟୁଥ୍ ଏବଂ ୩.୫mm ଅଡିଓ ଜ୍ୟାକ୍ ଭଳି ସୁବିଧା ରହିଛି।




