odisha24 Live

Latest News

Latest News

ଓଡ଼ିଶାକୁ ମିଳିଲା ନୂଆ ରାଜ୍ୟପାଳ

ଭୁବନେଶ୍ୱର : ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। ଲୋକଭବନର ନୂଆ ଅଭିଷେକ ହଲ୍‌ରେ ଭବ୍ୟ ସମାରୋହରେ ଆୟୋଜିତ ହୋଇଥିଲା ଶପଥ ଗ୍ରହଣ ଉତ୍ସବ। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ନୂଆ ରାଜ୍ୟପାଳଙ୍କୁ ଶପଥ ପାଠ କରାଇଥିଲେ।ଦିନ ୧୧ଟାରେ ଆୟୋଜିତ ଏହି ସମାରୋହରେ ରାଜ୍ୟ ଓ ରାଜ୍ୟ ବାହାରର ୩୦୦ରୁ ଅଧିକ ବିଶିଷ୍ଟ ଅତିଥି ସାମିଲ ହୋଇଥିଲେ।

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀପରିଷଦର ସଦସ୍ୟ, ସାଂସଦ, ବିଧାୟକଙ୍କ ସମେତ ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀ ଉତ୍ସବରେ ଉପସ୍ଥିତ ଥିଲେ। ଶପଥ ଗ୍ରହଣ ପୂର୍ବରୁ ଓ ପରେ ନୂଆ ରାଜ୍ୟପାଳଙ୍କୁ ସଶସ୍ତ୍ର ବାହିନୀ ପକ୍ଷରୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ଲୋକସେବା ଭବନ ଓ ରାଜଭବନ ଆଖପାଖ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।ଶପଥ ଗ୍ରହଣ ସମାରୋହ ଶେଷ ହେବା ପରେ ନୂଆ ରାଜ୍ୟପାଳ ଆନୁଷ୍ଠାନିକ ଭାବେ ରାଜଭବନ ଯାଇ ନିଜର ଦାୟିତ୍ୱ ଗ୍ରହଣ କରିବେ। ତାଙ୍କ ନିଯୁକ୍ତି ପରେ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇବାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।

Share In Social Media
Scroll to Top