
ଭୁବନେଶ୍ୱର : ମା’ ଦୁର୍ଗତିନାସିନୀଙ୍କ ଆଗମନରେ ସାରା ଓଡ଼ିଶାର ପୂଜାମଣ୍ଡପଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି। ଆଜିଠାରୁ ମା’ଙ୍କର ପବିତ୍ର ଷଷ୍ଠୀ ପୂଜା ଆରମ୍ଭ ହେଉଛି, ଯାହାଦ୍ୱାରା ଶାରଦୀୟ ଦୁର୍ଗୋତ୍ସବର ମୂଳ ପର୍ବ ବିଧିବଦ୍ଧ ଭାବେ ଆରମ୍ଭ ହୋଇଯାଇଛି। ସଜେଇ ହୋଇସାରିଲାଣି ସୁଉଚ୍ଚ ତୋରଣ ଓ ଆଖି ଝଲିସିବା ପରି ମେଢ । ଧୂପ, ଦୀପ, ଏବଂ ଶଙ୍ଖ ଧ୍ୱନିରେ ମଣ୍ଡପରୁ ଆରମ୍ଭ କରି ଚାରିଆଡ଼ର ପରିବେଶ ଆଧ୍ୟାତ୍ମିକମୟ ହୋଇଉଠିଛି।
ଆଜି ଶକ୍ତିପୀଠରେ ସପ୍ତମୀ ପୂଜା ଚାଲିଥିବା ବେଳେ ମଣ୍ଡପରେ ଆଜି ସନ୍ଧ୍ୟାରେ ମା’ଙ୍କର ଆବାହନ ପାଇଁ ବେଲ ଗଛ ମୂଳେ ବିଶେଷ ପୂଜାର୍ଚ୍ଚନା ଏବଂ ‘ବିଲ୍ୱବରଣ’ ବା ‘ଅଧିବାସ’ ନୀତି ସମ୍ପନ୍ନ କରାଯିବ। ବେଲ ଗଛ ମୂଳେ ଷଷ୍ଠୀ ପୂଜା କରାଯିବା ପରେ ମଧ୍ୟରାତ୍ରିରୁ ମା’ଙ୍କୁ ଆବାହନ କରାଯିବ । ଏହି ସମୟରେ ବ୍ରତପୂଜା କରିବାର ବିଧି ଅଛି । କାଲି ସପ୍ତମୀରେ ନଦୀରୁ ପବିତ୍ର ଜଳ ଆଣାଯାଇ ମଣ୍ଡପରେ ମା’ଙ୍କ ଚକ୍ଷୁଦାନ କରାଯିବ ।





