odisha24 Live

Latest News

Latest News

ପୂଜାକୁ ନେଇ କମିଶନରେଟ ପୋଲିସର ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର : ଚଳିତ ବର୍ଷ ଦୁର୍ଗାପୂଜା ପାଇଁ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅତି କଡ଼ାକଡ଼ି କରାଯାଇଛି। ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରର ପ୍ରାୟ ୧୯୮ଟି ପୂଜା ପେଣ୍ଡାଲରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ବ୍ୟାପକ ପ୍ରସ୍ତୁତି କରିଛି।

ଅଧିକ ଗହଳି ଥିବା ପୂଜା ପେଣ୍ଡାଲକୁ ବିଶେଷ ଫୋକସ କରିଛି ପୋଲିସ । ଏଥିପାଇଁ ଫୁଟ ପାଟ୍ରୋଲି , ବାଇକ ପାଟ୍ରୋଲିଂ , ପିସିଆର ପାଟ୍ରୋଲିଂ ଉପରେ ଗୁରୁତ୍ବ ଦିଆଯାଇଛି। ପୂଜା ପେଣ୍ଡାଲରେ ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି । ଚେନ ଛିନତାଇ ଓ ଚୋରି ରୋକିବାକୁ ବିଶେଷ ନଜର ଦିଆଯାଇଛି । ପୋଲିସ ସିସିଟିଭି ଜରିଆରେ ନଜର ରଖିବା ସହ ସାଦା ବେଶରେ ମୁତୟନ ରହିବେ ପୋଲିସ । ରାସ୍ତାରେ ଭିଡ଼ ନ ଜମାଇବାକୁ ପାର୍କିଂ ସ୍ଥାନ ନିରୁପଣ କରାଯାଇଛି ।

ନିର୍ଦ୍ଦିଷ୍ଟ ସ୍ଥାନରେ ପାର୍କିଂ ପାଇଁ ପୂଜା ମଣ୍ଡପ କର୍ତ୍ତୃପକ୍ଷଙ୍କୁ ଗୁରୁତ୍ବ ଦିଆଯାଇଛି । ରଙ୍ଗ ରୁଟରେ ଗାଡ଼ି ନ ଚଲାଇବା ପାଇଁ ନିର୍ଦ୍ଦେଶ ରହିଛି । ପୂଜା ସମୟରେ ଅପରାଧିକ ଗତିବିଧି ନଜର ରଖିବାକୁ ସ୍ବତନ୍ତ୍ର ଟିମ୍ ଥାନାସ୍ତରରେ କରାଯାଇଛି। ଜେଲ ପରେଡ୍ ଆରମ୍ଭ ହୋଇଛି । ବେଲ୍ କଣ୍ଡିସନରେ ପେଷାଗତ ଅପରାଧୀଙ୍କୁ ହାଜିରା ପାଇଁ ନିର୍ଦ୍ଦେଶ ରହିଛି । ସୋସିଆଲ ମିଡ଼ିଆ ମନିଟରିଂ କରୁଛୁ । ବନ୍ଧୁକ ଦେଖାଇବା ଓ ଭୟଭୀତ କଲା ଭଳି ରିଲ୍ସ ଉପରେ କଡା ନଜର ରହିଛି । ଦାଦବଟି ଆଦାୟ କଲେ କାର୍ଯାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ରହିଛି ।

Share In Social Media
Scroll to Top