odisha24 Live

Latest News

Latest News

ଆକ୍ସନ ମୋଡ଼ରେ ସରକାର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଦୁଇଟି ଭିନ୍ନ ଘଟଣାରେ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ୱିତ କରାଯାଇଛି । ଏହି ନିଲମ୍ୱନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ କରିଛନ୍ତି । ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳ ଏବଂ କଟକ ସର୍କଲ ଜେଲ୍‌ର ସିନିୟର ସୁପରିଟେଣ୍ଡେଣ୍ଟ ସୁଜିତ ରାଉଳଙ୍କ ବିରୋଧରେ ଏହି ପଦକ୍ଷେପ ନିଆଯାଇଛି।

ସୂଚନା ଅନୁଯାୟୀ, ଗିରଫ ହୋଇ ୪୮ ଘଣ୍ଟାରୁ ଅଧିକ ସମୟ ଜେଲ୍‌ରେ ରହିଥିବାରୁ ଉଭୟ ଅଧିକାରୀଙ୍କ ବିରୋଧରେ ନିଲମ୍ବନ କାର୍ଯ୍ୟାନୁଷ୍ଠାନ ହୋଇଛି। ମହିଳା ସହକର୍ମୀଙ୍କୁ ଅସଦାଚରଣ ଅଭିଯୋଗରେ ଅରୁଣ ବିଶ୍ୱାଳ ଗିରଫ ହୋଇଥିବା ଜଣାପଡ଼ିଛି। ସେହିପରି ଚୌଦ୍ୱାର ଜେଲ୍‌ରୁ ଜଣେ କଏଦୀ ଫେରାର ହୋଇଯିବା ଘଟଣାରେ କଟକ ସର୍କଲ ଜେଲ୍‌ର ସିନିୟର ସୁପରିଟେଣ୍ଡେଣ୍ଟ ସୁଜିତ ରାଉଳ ଗିରଫ ହୋଇଥିବା ସୂଚନା ରହିଛି। ଏହି ଘଟଣା ପରେ ତାଙ୍କ ବିରୋଧରେ ମଧ୍ୟ ନିଲମ୍ବନ ପଦକ୍ଷେପ ନିଆଯାଇଛି।

Share In Social Media
Scroll to Top