odisha24 Live

Latest News

Latest News

ୟୁଏନଜିଏରେ ଗର୍ଜିଲେ ଜେଲେନସ୍କି

ନ୍ୟୁୟର୍କ : ମିଳିତ ଜାତିସଂଘ ସାଧାରଣ ପରିଷଦ (ୟୁଏନଜିଏ)ର ଉଚ୍ଚସ୍ତରୀୟ ବୈଠକରୁ ରୁଷ ଉପରେ ବର୍ଷିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଡାମିର ଜେଲେନସ୍କି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସେନା ବିରୋଧରେ ସେ ସାଂଘାତିକ ଅଭିଯୋଗ ଲଗାଇଛନ୍ତି। ରୁଷ ସେନା ବିଭିନ୍ନ ଦେଶର ନାଗରିକଙ୍କୁ ପ୍ରଲୋଭନ ଦେଖାଇ ତଥା ଫସାଇ ଯୁଦ୍ଧରେ ସାମିଲ କରାଉଛି। ଏ ପର୍ଯ୍ୟନ୍ତ ୪୭ ଦେଶର ନାଗରିକମାନଙ୍କୁ ରୁଷ ଭୁଆଁ ବୁଲାଇ ସେନାରେ ନିଯୁକ୍ତି କରିଛି। ପରେ ଯୁଦ୍ଧ କ୍ଷେତ୍ରକୁ ପଠାଇ ଦିଆଯାଇଛି। ଏହି ତାଲିକାରେ ଭାରତୀୟ ବି ସାମିଲ ଅଛନ୍ତି। ଏହି ଦେଶଗୁଡ଼ିକର ନାଗରିକମାନଙ୍କୁ ମିଛ ପ୍ରତିଶ୍ରୁତି ଦେଇ ତଥା ବଡ଼ ଚାକିରିର ପ୍ରଲୋଭନ ଦେଖାଇ ରୁଷକୁ ଅଣାଯାଇଥିଲା।

ଭାରତର ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ମୋଟ ୨୨୭ ଜଣ ଭାରତୀୟ ନାଗରିକ ରୁଷ ସେନାରେ ଭର୍ତ୍ତି ହୋଇଥିଲେ। ଏମାନଙ୍କ ମଧ୍ୟରୁ ୧୩୯ ଜଣଙ୍କୁ ରୁଷ ସେନାରୁ ଅବ୍ୟାହତି ବା ଛୁଟି ମିଳିସାରିଥିବାବେଳେ ୫୧ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ନାଗରିକମାନଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତ ସରକାର ରୁଷ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଆଲୋଚନା ଜାରି ରଖିଛନ୍ତି।
ଜେଲେନସ୍କି ୟୁଏନଜିଏରେ କହିଛନ୍ତି ଯେ ରୁଷ ଅଧିକରୁ ଅଧିକ ଲୋକଙ୍କୁ ଯୁଦ୍ଧକ୍ଷେତ୍ରକୁ ପଠାଇ ୟୁକ୍ରେନରେ ନିଜ ପ୍ରଭାବ ବୃଦ୍ଧି କରିବାକୁ ଚାହୁଁଛି। ରୁଷ ଉପରେ ଚାପ ସୃଷ୍ଟି କରି ଯୁଦ୍ଧ କ୍ଷମତା ହ୍ରାସ କରିବାକୁ ଜେେଲେନସ୍କି ଅନ୍ୟ ଦେଶମାନଙ୍କୁ ଆହ୍ୱାନ ଦେଇଛନ୍ତି। ରୁଷର ଆୟ ଉପରେ ରୋକ ଲଗାଇବାକୁ ମଧ୍ୟ ଅନୁରୋଧ କରିଛନ୍ତି। ଯୁଦ୍ଧ ବନ୍ଦ କରିବାକୁ ହେଲେ ରୁଷକୁ ଆର୍ଥିକ ଭାବେ ଦୁର୍ବଳ କରିବାକୁ ପଡ଼ିବ। ତେଣୁ ସେ ରୁଷ ସହିତ ଶକ୍ତି କାରବାର ହ୍ରାସ କରିବାକୁ ଭାରତ, ଚୀନ ଓ ତୁର୍କୀୟେକୁ ଅନୁରୋଧ କରିଛନ୍ତି। ଏହି ଦେଶଗୁଡ଼ିକ ଋଷଠାରୁ ଶକ୍ତି କ୍ରୟ ହ୍ରାସ କଲେ ମସ୍କୋ ଉପରେ ଯୁଦ୍ଧ ବନ୍ଦ ପାଇଁ ଚାପ ବୃଦ୍ଧି ପାଇବ ବୋଲି ଜେେଲନସ୍କି କହିଛନ୍ତି। ସେହିପରି ଉତ୍ତର କୋରିଆ ଯୁଦ୍ଧରେ ରୁଷକୁ ସହଯୋଗ କରୁଥିବା ୟୁକ୍ରେନ ରାଷ୍ଟ୍ରପତି ଅଭିଯୋଗ କରିଛନ୍ତି। ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ୍ ଉନ୍ ସହାୟତା ପାଇଁ ନିଜର ସେନାକୁ ରୁଷ ପଠାଇଛନ୍ତି।

Share In Social Media
Scroll to Top