odisha24 Live

Latest News

Latest News

ପ୍ରକଳ୍ପରେ ବିଳମ୍ବ ନେଇ ସାଂସଦ ଓ ବିଧାୟକଙ୍କ ଚିଠି: ପୂର୍ତ୍ତମନ୍ତ୍ରୀଙ୍କ ବୈଠକ

ଭୁବନେଶ୍ୱର : ପ୍ରକଳ୍ପରେ ବିଳମ୍ବ ଓ ମାନକୁ ନେଇ ସାଂସଦ ଓ ବିଧାୟକ ଚିଠି ଲେଖିବା ପରେ ମନ୍ତ୍ରୀ ଡାକିଲେ ବଡ ବୈଠକ। ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଚାଲିଛି ବୈଠକ। ପୂର୍ବରୁ ଏ ନେଇ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିଲା। ଆଜି ବୈଠକ ବସିଥିବା ବେଳେ ଏଥିରେ ପୂର୍ତ୍ତ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି।

ସରକାରୀ ପ୍ରକଳ୍ପରେ ବିଳମ୍ବ, ତଦାରଖର ଅଭାବ ଏବଂ ମାନକୁ ନେଇ କିଛି ଦିନ ତଳେ ସାଂସଦ ଓ ବିଧାୟକ ପ୍ରଶ୍ନ ଉଠାଇଥିଲେ। ଅସନ୍ତୋଷ ଜାହିର କରି ଚିଠି ଲେଖିଥିଲେ। ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ନିଜ ନିଜ ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ନେଇ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।

Share In Social Media
Scroll to Top