
ଭୁବନେଶ୍ୱର : ରାଜ୍ୟ ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ। ରାଜ୍ୟର ବିଭିନ୍ନ ଉପଖଣ୍ଡରେ ନୂଆ ଉପଜିଲ୍ଲାପାଳଙ୍କୁ ନିଯୁକ୍ତି ମିଳିଛି । ତାଲିମ ସମାପ୍ତ କରି ଫେରିଥିବା ନବ ନିଯୁକ୍ତ କନିଷ୍ଠ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ୨୦୨୪ ବ୍ୟାଚର ୯ ଜଣ ଅଧିକାରୀଙ୍କୁ ରାଜ୍ୟର ବିଭିନ୍ନ ଉପଖଣ୍ଡର ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।
ଆଇଏଏସ ଅନିମେଶ ପ୍ରଧାନଙ୍କୁ ଆଠଗଡ଼ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ପ୍ରଜ୍ଞାନନ୍ଦନ ଗିରିଙ୍କୁ ତାଳଚେର, କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଏବଂ ଫାବି ରସିଦଙ୍କୁ କୋରାପୁଟ ଉପଜିଲ୍ଲାପାଳ ଦାୟିତ୍ୱ ମିଳିଛି ।
ଏହାସହ ମୃଣାଳିକା ରାଠୋଡ୍ଙ୍କୁ ରାୟଗଡ଼ା, ସୁଭଦ୍ରା ପଣ୍ଡାଙ୍କୁ ଯାଜପୁର, ପୱନ କୁମାରଙ୍କୁ ଟିଟିଲାଗଡ଼, ଭଗତ ସାମଲ କଲ୍ୟାଣରାଓଙ୍କୁ ପାରଳାଖେମୁଣ୍ଡି ଏବଂ ସନ୍ତୋଷ କୁମାର ପାତ୍ରଙ୍କୁ ବଣାଇଗଡ଼ ଉପଜିଲ୍ଲାପାଳ ଦାୟିତ୍ୱ ଦିଆଯାଇଛି ।





