odisha24 Live

Latest News

Latest News

ଦିଲ୍ଲୀ ଗଲେ ମନମୋହନ

ଭୁବନେଶ୍ୱର : ଦିଲ୍ଲୀ ଗସ୍ତରେ ଯାଇଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ। ରାଜ୍ୟ ଭାଜପାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଶେଷ ହେବା ପରେ ତାଙ୍କର ଏହି ଦୁଇଦିନିଆ ଦିଲ୍ଲୀ ଗସ୍ତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁଯାୟୀ, ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଓ ସଂଗଠନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ମନମୋହନ କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା କରିପାରନ୍ତି। ଏହାସହ ବିଭିନ୍ନ ନିଗମ ଏବଂ ବୋର୍ଡ ନିଯୁକ୍ତି ସମ୍ପର୍କରେ କେନ୍ଦ୍ରୀୟ ମଞ୍ଜୁରୀ ପାଇଁ ଆଲୋଚନା ହୋଇପାରେ । ରାଜ୍ୟରେ ଆଗକୁ ଆସୁଥିବା ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ପ୍ରସ୍ତୁତି ଏବଂ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବା ନେଇ ଆଲୋଚନା ହୋଇପାରେ । କାର୍ଯ୍ୟକାରିଣୀ ବୈଠକ ଶେଷ ହେବା କ୍ଷଣି ରାଜ୍ୟ ସଭାପତିଙ୍କ ଏହି ଦିଲ୍ଲୀ ଦୌଡ଼ ସୂଚାଉଛି ଯେ, ଆଗାମୀ ଦିନରେ ଦଳ ଭିତରେ କିଛି ନୂତନ ସାଙ୍ଗଠନିକ ନିଷ୍ପତ୍ତି କିମ୍ବା ପରିବର୍ତ୍ତନ ଦେଖିବାକୁ ମିଳିପାରେ ।

Share In Social Media
Scroll to Top