odisha24 Live

Latest News

ଆଜି ବସିବ ରାଜ୍ୟ କ୍ୟାବିନେଟ୍‌

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ।
ମିଳିଥିବା ସୂଚନାନୁସାରେ, ଉକ୍ତ ବୈଠକରେ ବିଭିନ୍ନ ବିଭାଗର ୯ରୁ ଅଧିକ ପ୍ରସ୍ତାବ ଅନୁମୋଦନ ପାଇଁ ଉପସ୍ଥାପିତ ହେବ। ପୂର୍ତ୍ତ, ରାଜସ୍ବ ଓ ଅନ୍ୟାନ୍ୟ ବିଭାଗର ପ୍ରସ୍ତାବ ଉପରେ ଆଲୋଚନା ହେବା ସହ ଏଗୁଡ଼ିକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି।

Share In Social Media
Scroll to Top