odisha24 Live

Latest News

Latest News

ଏୟାର ଇଣ୍ଡିଆ ବିମାନରେ ବଡ଼ ଯାନ୍ତ୍ରିକ ତ୍ରୁଟି : ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ ସିଷ୍ଟମ୍

ନୂଆଦିଲ୍ଲୀ : ଏୟାର ଇଣ୍ଡିଆର ଏକ ବିମାନ ଫୁକେଟରୁ ଦିଲ୍ଲୀ ଆସୁଥିବା ସମୟରେ ଏକ ବଡ଼ ଧରଣର ବିପଦର ସମ୍ମୁଖୀନ ହୋଇଥିଲା । ୩୬,୦୦୦ ଫୁଟ ଉଚ୍ଚରେ ଉଡାଣ ଭରୁଥିବା ବେଳେ ମାତ୍ର କିଛି ସେକେଣ୍ଡ ମଧ୍ୟରେ ବିମାନଟି ନିଜର ସମସ୍ତ ହାଇଡ୍ରୋଲିକ୍ସ ହରାଇ ବସିଥିଲା, ଯାହା ଫଳରେ ବିମାନରେ ଥିବା ୨୪ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଉଡାଣ ସମୟରେ ପାଇଲଟ୍ ମନିଟରିଂ ଦାୟିତ୍ୱରେ ଥିବା ପାଇଲଟ୍-ଇନ୍-କମାଣ୍ଡଙ୍କର ଦିଲ୍ଲୀ ଅବତରଣ ପରେ ଏକ କନଫର୍ମେଟୋରୀ ଟେଷ୍ଟ କରାଯାଇଥିଲା । ଏହି ପରୀକ୍ଷାରେ ତାଙ୍କ ଶରୀରରେ ଏକ ସାଇକୋ-ଆକ୍ଟିଭ୍ ପଦାର୍ଥ ରହିଥିବା ନେଇ ସେ ‘ନନ୍-ନେଗେଟିଭ୍’ ଚିହ୍ନଟ ହୋଇଥିଲେ । ତେବେ ଠିକ୍ ସମୟରେ ବିମାନଟି ଦିଲ୍ଲୀରେ ସୁରକ୍ଷିତ ଭାବେ ଅବତରଣ କରିବାରେ ସକ୍ଷମ ହୋଇଥିବାରୁ ଏକ ବଡ଼ ବିପଦ ଟଳିଯାଇଥିଲା ।

Share In Social Media
Scroll to Top