odisha24 Live

Latest News

Latest News

ଇରାନକୁ ପୁଣି ଟ୍ରମ୍ପଙ୍କ ଧମକ: ବଢ଼ିଲା ମଧ୍ୟପ୍ରାଚ୍ୟର ଉତ୍ତେଜନା

ଓ୍ବାଶିଂଟନ : ଇରାନର ‘ପିକଏକ୍ସ ମାଉଣ୍ଟେନ୍’ ଉପରେ ଖୁବଶୀଘ୍ର ଆକ୍ରମଣ ହୋଇପାରେ ବୋଲି କହିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହା ଇରାନର ଅତ୍ୟନ୍ତ ସୁରକ୍ଷିତ ଭୂତଳ ପରମାଣୁ କେନ୍ଦ୍ର ବୋଲି ଦାବି କରାଯାଉଛି।
ଇରାନର ସାମରିକ ଠିକଣାରେ ଆମେରିକାର ଆକ୍ରମଣ ପରେ ଟ୍ରମ୍ପଙ୍କ ଏହି ଚେତାବନୀ ମଧ୍ୟପ୍ରାଚ୍ୟରେ ଉତ୍ତେଜନାକୁ ଆହୁରି ବଢ଼ାଇଛି। ପରମାଣୁ ଅସ୍ତ୍ର ହାସଲରୁ ଇରାନକୁ ରୋକିବା ପାଇଁ ଆମେରିକାର ସାମରିକ ଅଭିଯାନ ଜାରି ରହିଥିବା ଟ୍ରମ୍ପ କହିଛନ୍ତି। ଟ୍ରମ୍ପ କହିଛନ୍ତି, “ଇରାନ ପାଖରେ ପରମାଣୁ ଅସ୍ତ୍ର ରହିବ ନାହିଁ । ଗତ ପାଞ୍ଚ ମାସ ମଧ୍ୟରେ ଆମେ ସେମାନଙ୍କୁ ଏହା ପାଇବାରୁ ରୋକିଛୁ ।” ସେ ଆହୁରି କହିଛନ୍ତି ଯେ, ଯଦି ପିକଏକ୍ସ ମାଉଣ୍ଟେନରେ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଦେଖାଯାଏ, ତେବେ ଆମେରିକା ସେଠାରେ ଆକ୍ରମଣ କରିପାରେ । ଆମେରିକୀୟ ଗୁଇନ୍ଦା ସଂସ୍ଥା ଏହି ସ୍ଥାନ ଉପରେ କଡ଼ା ନଜର ରଖିଛନ୍ତି । ଟ୍ରମ୍ପଙ୍କ କହିବା ଅନୁସାରେ, ଆମେରିକାର ସାମରିକ ହସ୍ତକ୍ଷେପ ମଧ୍ୟପ୍ରାଚ୍ୟରେ ଏକ ବଡ଼ ଯୁଦ୍ଧକୁ ରୋକିଛି । ସେ ଦାବି କରିଛନ୍ତି ଯେ, ଆମେରିକା ପଦକ୍ଷେପ ନେଇନଥିଲେ ଇସ୍ରାଏଲ ଓ ସମଗ୍ର ମଧ୍ୟପ୍ରାଚ୍ୟ ଅଧିକ ବଡ଼ ବିପଦରେ ପଡ଼ିଥାନ୍ତା ।

Share In Social Media
Scroll to Top