
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ କୌଣସି ବର୍ଷା ନାହିଁ। କୌଣସି ସତର୍କ ସୂଚନା ଜାରି କରିନାହିଁ ପାଣିପାଗ ବିଭାଗ। ପାଗ ମୁଖ୍ୟତଃ ଶୁଖିଲା ରହିବ। ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୮ ତାରିଖରେ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ବର୍ଷା ହୋଇପାରେ। ୯ରୁ ବର୍ଷା ପରିମାଣ ସାମାନ୍ୟ ବଢ଼ିବା ସମ୍ଭାବନା ଅଛି। ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଲଘୁଚାପ ନହେବା ପର୍ଯ୍ୟନ୍ତ ରାଜ୍ୟରେ ଆଉ ବଡ଼ ବର୍ଷା ସମ୍ଭାବନା ନାହିଁ। ଅନୁମାନ କରାଯାଉଛି, ୧୦/୧୧ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ଘନୀଭୂତ ହୋଇ ୧୩ ତାରିଖ ବେଳକୁ ଲଘୁଚାପ ରୂପ ନେଇପାରେ। ଏପରିକି ଅଧିକ ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତ ରୂପ ନେଇପାରେ। ତେଣୁ ୧୦/୧୧ ତାରିଖ ପରେ ରାଜ୍ୟରେ ପୁଣି ବର୍ଷା ପ୍ରକୋପ ବଢ଼ିବା ସମ୍ଭାବନା ଅଛି।





