odisha24 Live

Latest News

Latest News

ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ବଡ଼ ବୈଠକ

ଭୁବନେଶ୍ୱର : ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ । କଟକ ଇନଡୋର ହଲ୍‌ରେ ବସିବ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ କରିବେ ଉଦ୍‌ଘାଟନ। ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଦୁଇ କେନ୍ଦ୍ରମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ସାଂସଦ ଓ ବିଧାୟକ।
ଏଥିସହ ରାଜ୍ୟ ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟ ଏବଂ ଏସ୍‌ଡିସି ଅଧ୍ୟକ୍ଷ-ଉପାଧ୍ୟକ୍ଷ ମଧ୍ୟ ରହିବେ ଉପସ୍ଥିତ। ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ବିଭିନ୍ନ ସାମାଜିକ ପ୍ରସଙ୍ଗକୁ ନେଇ ୫ ଓ ୬ତାରିଖରେ ବିଜେପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ କଟକସ୍ଥିତ ଇନଡୋର ଷ୍ଟାଡିୟମଠାରେ ଅନୁଷ୍ଠିତ ହେବ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ୫ ତାରିଖ ଦିନ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ସୁନୀଲ ବଂଶଲ ଉଦଘାଟନ କରିବେ । ସେହିଭଳି ୬ ତାରିଖ ବୈଠକରେ କେନ୍ଦୀୟ ନେତୃବୃନ୍ଦ ଭାବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ (ସଂଗଠନ) ବି.ଏଲ.ସନ୍ତୋଷ ଯୋଗଦେଇ ସଦସ୍ୟଙ୍କ ମାର୍ଗଦର୍ଶନ କରିବେ | କାର୍ଯ୍ୟକାରିଣୀ ବୈଠକରେ ସାଂପ୍ରତିକ ରାଜନୈତିକ ପରିସ୍ଥିତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ । ଉଦଘାଟନ ଓ ସମାରୋପ ସତ୍ର ସମେତ ଅନ୍ୟାନ୍ୟ ୩ଟି ପ୍ରସ୍ତାବ ଆଗତ କରାଯାଇ ପାରିତ କରାଯିବ । ବୈଠକରେ ପାଖାପାଖି ୪୦୦ ଜଣ ସଦସ୍ୟ ଉପସ୍ଥିତ ରହିବେ ବୋଲି ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି।

Share In Social Media
Scroll to Top