
ଭୁବନେଶ୍ୱର : ଜିଲାନ୍ସ ଜାଲରେ ପଡ଼ିଲେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର ସଞ୍ଜୟ କୁମାର ହାଁସଦା। ଔଷଧ ଦୋକାନ ଲାଇସେନ୍ସ ପାଇଁ ସେ ୬୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ଏଥିସହ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛି।
ଜଗତସିଂହପୁର ଜିଲ୍ଲା ଜଇପୁର ଛକର ଜଣେ ଔଷଧ ବ୍ୟବସାୟୀ ମେଡ଼ିସିନ ଦୋକାନ ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ଏଥିପାଇଁ ଆବଶ୍ୟକ ହେଉଥିବା ସମସ୍ତ କାଗଜପତ୍ର ଜମା କରିଥିଲେ। ହେଲେ ଜିଲ୍ଲା ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର ସଞ୍ଜୟ କୁମାର ହାଁସଦା ଲାଇସେନ୍ସ ଦେଉନଥିଲେ। ଏଥିପାଇଁ ସେ ୬ ହଜାର ଟଙ୍କା ମାଗିଥିବା ଅଭିଯୋଗ ହୋଇଥିଲା।





