odisha24 Live

Latest News

Latest News

ସେମିଫାଇନାଲ ପୂର୍ବରୁ ଭାରତ-ପାକିସ୍ତାନ ମଧ୍ୟରେ ମହାମୁକାବିଲା

ଦୁବାଇ : ମହିଳା ଏସିଆ କପ୍ ୨୦୨୬ରେ ଭାରତୀୟ ମହିଳା ଦଳର ଦମଦାର ପ୍ରଦର୍ଶନ ଜାରି। ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ହଂକଂକୁ ୧୩୭ ରନ୍‌ର ବଡ଼ ବ୍ୟବଧାନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ।
ଏହି ବିଜୟ ସହ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ୍‌ରେ ନିଜ ସ୍ଥାନ ପକ୍କା କରିଛି। ଏବେ ଗ୍ରୁପ୍‌ ଷ୍ଟେଜ୍‌ର ଶେଷ ମ୍ୟାଚ୍‌ରେ ଭାରତର ସାମ୍ନା ହେବ ପାକିସ୍ତାନ ସହ। ଭାରତ-ପାକିସ୍ତାନ ମୁକାବିଲା ସବୁବେଳେ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ସୃଷ୍ଟି କରିଥାଏ।
ସେମିଫାଇନାଲ୍‌ରେ ପହଞ୍ଚି ସାରିଥିବା ଭାରତୀୟ ଦଳ ଏବେ ଗ୍ରୁପ୍‌ ଷ୍ଟେଜ୍‌ର ଶେଷ ମ୍ୟାଚ୍‌ରେ ପାକିସ୍ତାନକୁ ଭେଟିବ। ଏହି ମ୍ୟାଚ୍‌କୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ବଢ଼ିଛି।

Share In Social Media
Scroll to Top