odisha24 Live

Latest News

Latest News

ଇନ୍ଧନ ସଙ୍କଟରେ ଟ୍ରମ୍ପଙ୍କ ବଡ଼ ଚାଲ!

ୱାଶିଂଟନ: ଭେନେଜୁଏଲାକୁ ନେଇ ଆମେରିକାର ବଡ଼ ପଦକ୍ଷେପ। ଭେନେଜୁଏଲାର ତେଲ ଉପରେ ଆମେରିକାର ନଜର—ଏବେ ତେଲ ଭଣ୍ଡାରକୁ ନେଇ ଆରମ୍ଭ ହେଲା ନୂଆ ଭୂ-ରାଜନୈତିକ ଖେଳ! ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲା ସହିତ ଏକ ପ୍ରମୁଖ ତୈଳ ଚୁକ୍ତି ଘୋଷଣା କରିଛନ୍ତି, ଯାହା କାର୍ଯ୍ୟକାରୀ ହେଲେ, ଦକ୍ଷିଣ ଆମେରିକୀୟ ଦେଶର ବିଶାଳ ଅଶୋଧିତ ତୈଳ ଭଣ୍ଡାରକୁ ଆମେରିକା ଉତ୍ପାଦନ ମୂଲ୍ୟରେ ପାଇଁ ପାରିବ।
ସୋସିଆଲ ମିଡିଆରେ ଏହି ଚୁକ୍ତିନାମା ଘୋଷଣା କରି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଏହା ଉପରେ ବିଦେଶ ସଚିବ ମାର୍କୋ ରୁବିଓ, ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଏବଂ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜଙ୍କ ମଧ୍ୟରେ ଆଲୋଚନା ହୋଇଛି। ଟ୍ରମ୍ପ ଏହାକୁ ବିଶ୍ୱ ଇତିହାସର ସବୁଠାରୁ ବଡ଼ ତୈଳ ଚୁକ୍ତି ବୋଲି କହିଛନ୍ତି। ରିପୋର୍ଟ ଅନୁସାରେ, ଆମେରିକୀୟ କମ୍ପାନୀଗୁଡ଼ିକୁ ଭେନେଜୁଏଲାର ତୈଳ କ୍ଷେତ୍ରରେ ନିବେଶ ଓ ବିକାଶ କରିବାକୁ ସୁଯୋଗ ମିଳିବ। ଏହା ବଦଳରେ ଆମେରିକୀୟ ପକ୍ଷକୁ ତୈଳ କ୍ଷେତ୍ରରେ ମାଲିକାନା ଅଂଶୀଦାରିତ୍ୱ ମିଳିବ ବୋଲି ଦୁଇଜଣ ଆମେରିକୀୟ ଅଧିକାରୀଙ୍କୁ ଉଦ୍ଧୃତ କରି ଆକ୍ସଅସ୍ ରିପୋର୍ଟ କରିଛି। ଟ୍ରମ୍ପ କହିଛନ୍ତି, ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ଯୁଦ୍ଧ ମନ୍ତ୍ରୀ ପିଟ୍ ହେଗସେଥ୍ ଭେନେଜୁଏଲାର ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜଙ୍କ ସହ ଏହି ଚୁକ୍ତି ନେଇ ଘନିଷ୍ଠ ଭାବେ କାମ କରୁଛନ୍ତି।

Share In Social Media
Scroll to Top