odisha24 Live

Latest News

Latest News

ଚିନ୍ତା ପ୍ରଧାନମନ୍ତ୍ରୀ! କ’ଣ ହେବ ପରବର୍ତ୍ତୀ ପଦକ୍ଷେପ?

ଇସ୍ରାଏଲ : ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନ୍ୟାହୁ ବର୍ତ୍ତମାନ ବିଭିନ୍ନ ରାଜନୈତିକ ଏବଂ ସାମରିକ ସମସ୍ୟା କାରଣରୁ ଗଭୀର ଚିନ୍ତାରେ ଅଛନ୍ତି। ଶାସକ ଦଳ ‘ଲିକୁଡ’ ବଡ଼ ରାଜନୈତିକ ସଙ୍କଟର ସାମ୍ନା କରିବାକୁ ଯାଉଛି ବୋଲି ଦର୍ଶାଯାଇଛି। ପ୍ରକାଶିତ କେତେକ ନିର୍ବାଚନ ସର୍ଭେରେ ଦଳର ଆସନ ହ୍ରାସ ପାଇବା ପରେ ନେତାନ୍ୟାହୁ ନିଜର ପ୍ରଚାର ରଣନୀତି ପ୍ରସ୍ତୁତ କରିବାରେ ଅସମର୍ଥ ହେଉଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଲିକୁଡ ଦଳର ଆସନ ସଂଖ୍ୟା ୨୩ରୁ ଖସି ୧୯ରେ ପହଞ୍ଚିଛି। ଅନ୍ୟପଟେ, ପୂର୍ବତନ ସେନାମୁଖ୍ୟ ଆଇଜେନକୋଟଙ୍କ ନେତୃତ୍ୱାଧୀନ ‘ୟାଶାର’ ଦଳ ୨୪ଟି ଆସନ ଜିତିବା ନେଇ ଆକଳନ କରାଯାଇଛି। ପ୍ରଧାନମନ୍ତ୍ରୀ ପସନ୍ଦରେ ମଧ୍ୟ ଆଇଜେନକୋଟ ୪୬ ପ୍ରତିଶତ ସମର୍ଥନ ପାଇ ନେତାନ୍ୟାହୁଙ୍କ (୩୫ ପ୍ରତିଶତ) ଠାରୁ ଆଗରେ ରହିଛନ୍ତି। ତେବେ ଲିକୁଡ ଦଳ ଏହି ସମସ୍ତ ରିପୋର୍ଟକୁ ଖଣ୍ଡନ କରି ଏହାକୁ ‘ଫେକ୍ ନ୍ୟୁଜ୍’ ବୋଲି କହିଛି। ନେତାନ୍ୟାହୁଙ୍କ ନେତୃତ୍ୱରେ ଦଳ ପୁଣି ଥରେ ବହୁମତ ହାସଲ କରି ବିଜୟୀ ହେବ ବୋଲି ଦାବି କରିଛି। ଅନ୍ୟପଟେ, ସଙ୍କଟକୁ ଏଡ଼ାଇବା ପାଇଁ ନେତାନ୍ୟାହୁ ବିରୋଧୀଙ୍କ ସହ ମିଶି ଏକ ଏକତା ସରକାର ଗଠନ କରିବା କିମ୍ବା ପରବର୍ତ୍ତୀ ସମୟରେ ରାଷ୍ଟ୍ରପତି ପଦ ଗ୍ରହଣ କରିବା ଭଳି ବିକଳ୍ପ ଉପରେ ମଧ୍ୟ ଚିନ୍ତା କରୁଥିବା ଆଲୋଚନା ହେଉଛି।

Share In Social Media
Scroll to Top