odisha24 Live

Latest News

Latest News

ମହିଳାଙ୍କୁ ମିଳିବ ମାଗଣା ଗ୍ୟାସ

ଚେନ୍ନାଇ : ତାମିଲନାଡୁ ସରକାରଙ୍କ ଆଉ ଏକ ବଡ଼ ଘୋଷଣା । ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ବିଧାନସଭାରେ କହିଛନ୍ତି ଯେ ‘ଅନ୍ନପୂର୍ଣ୍ଣି ସୁପର ସିକ୍ସ’ ଯୋଜନା ଅଧୀନରେ ପ୍ରତିବର୍ଷ ତିନୋଟି ମାଗଣା ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ। ଏହାଦ୍ୱାରା ବର୍ଷକୁ ୨.୫ ଲକ୍ଷ ଟଙ୍କାରୁ କମ୍ ଆୟ କରୁଥିବା ପରିବାରକୁ ତିନୋଟି ସିଲିଣ୍ଡର ମାଗଣାରେ ମିଳିବ । ଯାହା ୨୦୨୭ରୁ ଲାଗୁ ହେବ । ଏହାଛଡା ଟ୍ରାନ୍ସଜେଣ୍ଡରଙ୍କୁ ମାଗଣାରେ ଯାତ୍ରା କରିବା ନେଇ ଯୋଜନା କରାଯାଇଛି ।
ଅନ୍ନପୂର୍ଣ୍ଣୀ ସୁପର୍ ସିକ୍ସ ଯୋଜନାରେ ପ୍ରାୟ ୧.୩୦ କୋଟି ପରିବାରକୁ ଲାଭ ମିଳିବ । ଯୋଗ୍ୟ ପରିବାର ନିଜ ଖର୍ଚ୍ଚରେ କିଣିଥିବା ୩ଟି LPG ସିଲିଣ୍ଡରର ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ଦିଆଯିବ। ଏହି ଯୋଜନା ଯୋଗୁଁ ରାଜ୍ୟ ସରକାରଙ୍କ ରାଜକୋଷ ଉପରେ ପ୍ରତିବର୍ଷ ପ୍ରାୟ ୪,୦୦୦ କୋଟି ଟଙ୍କାର ଅତିରିକ୍ତ ଭାର ପଡ଼ିବ । ଲାଭାର୍ଥୀ ବା ହିତାଧିକାରୀମାନେ ସିଲିଣ୍ଡର କିଣିଲା ପରେ ସମ୍ପୂର୍ଣ୍ଣ ଟଙ୍କା ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ପଠାଯିବ । ଅର୍ଥାତ ପ୍ରଥମେ ଗରିବ ପରିବାରର ଲୋକେ ସିଲିଣ୍ଡର କ୍ରୟ କରିବେ । କିଣିସାରିଲା ପରେ ଏହି ଅର୍ଥ ସେମାନଙ୍କୁ ଫେରସ୍ତ ଦିଆଯିବ । ବିଜୟ ମହିଳାଙ୍କ ପାଇଁ ମାଗଣା ବସ୍ ସେବା ଘୋଷଣା କରିଛନ୍ତି । ମହିଳାମାନେ ସାଧାରଣ ବସ୍ ସହ ଏକ୍ସପ୍ରେସ୍, ଡିଲକ୍ସ ଭଳି ବସରେ ମାଗଣା ଯାତ୍ରା କରିପାରିବେ । ଏହାକୁ ଅକ୍ଟୋବର ୨ରୁ ଲାଗୁ କରାଯିବ । ତୃତୀୟଲିଙ୍ଗୀଙ୍କୁ ମଧ୍ୟ ଏହି ସୁବିଧା ପ୍ରଦାନ କରାଯିବ । ଏହାଦ୍ୱାରା ଆର୍ଥିକ ଏବଂ ଦୁର୍ବଳ ଆର୍ଥିକ ବର୍ଗର ମହିଳା ଖୁବ୍ ଉପକୃତ ହେବେ ବୋଲି ବିଜୟ କହିଛନ୍ତି । ମହିଳାଙ୍କ ମାଗଣା ଯାତ୍ରା ଯୋଜନାର ବିସ୍ତାର ଯୋଗୁଁ ରାଜ୍ୟ ସରକାରଙ୍କ ଉପରେ ପ୍ରତିବର୍ଷ ପ୍ରାୟ ୬,୦୦୦ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ପଡ଼ିବ ବୋଲି କୁହାଯାଇଛି । ଆସନ୍ତାବର୍ଷ ପୋଙ୍ଗଲ ପର୍ବରୁ ଅନ୍ନପୂର୍ଣ୍ଣୀ ସୁପର ସିକ୍ସ ଯୋଜନା ଆରମ୍ଭ କରାଯିବ ।

Share In Social Media
Scroll to Top