odisha24 Live

Latest News

Latest News

ମଝି ଦରିଆରେ ହଜିଗଲା ଜାହାଜ

ପାରାଦୀପ : ଲୁହା ପଥର ବୋଝେଇ କରି ଯାଉଥିବା ବେଳେ ମଝି ଦରିଆରେ ବୁଡିଗଲା ଜାହାଜ। ଯେଉଁଥିରେ ୨୪ ଜଣ ନାବୀକ ଥିଲେ। ଏନେଇ ଆଜି ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି। ପାରାଦୀପଠାରୁ ପ୍ରାୟ ୨୦୦ ନଟିକାଲ ମାଇଲ୍ ଦୂର ଗଭୀର ସମୁଦ୍ରରେ ଏହି ଅଘଟଣ ଘଟିଥିବା କୁହାଯାଉଛି । ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ଓ ସରକାରୀ ତଥ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ପ୍ରାଥମିକ ସୂଚନା ଅନୁସାରେ, ଜାହାଜଟି ପାରାଦୀପରୁ ସିଙ୍ଗାପୁର ଅଭିମୁଖେ ଯାତ୍ରା କରୁଥିଲା । ଜାହାଜରେ ମାଲ୍ ବୋଝେଇ ହୋଇଥିବା ନେଇ ଜଣାପଡ଼ିଥିବା ବେଳେ କେଉଁ ପ୍ରକାରର ସାମଗ୍ରୀ ଏବଂ କେତେ ପରିମାଣରେ ଥିଲା, ତାହା ଜଣାପଡ଼ିନାହିଁ ।
ସବୁଠାରୁ ବଡ଼ ଚିନ୍ତା ଏବେ ଜାହାଜରେ ଥିବା କ୍ରୁ ସଦସ୍ୟଙ୍କୁ ନେଇ । ଜାହାଜରେ ମୋଟ ୨୪ ଜଣ କ୍ରୁ ସଦସ୍ୟ ଥିଲେ । ସେମାନଙ୍କ ମଧ୍ୟରେ ଅଧିକାଂଶ ଚୀନ୍ ନାଗରିକ ଥିବାବେଳେ ଜଣେ ବାଂଲାଦେଶୀ ନାଗରିକ ମଧ୍ୟ ଥିଲେ । ଜାହାଜ ବୁଡ଼ିବା ପରେ କ୍ରୁ ସଦସ୍ୟମାନେ ଲାଇଫ୍ ଜ୍ୟାକେଟ୍ ଓ ଲାଇଫ୍ ବୋଟ୍ ସାହାଯ୍ୟରେ ସମୁଦ୍ରରେ ଭାସୁଥିବା ଆଶଙ୍କା କରାଯାଉଛି । କେଉଁ ପରିସ୍ଥିତିରେ ଜାହାଜଟି ବୁଡ଼ିଗଲା, ଖରାପ ପାଗ, ଯାନ୍ତ୍ରିକ ତ୍ରୁଟି ନା ଅନ୍ୟ କୌଣସି କାରଣ ଏଥିପାଇଁ ଦାୟୀ—ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ଜାହାଜ ବୁଡ଼ିବା ଫଳରେ ତେଲ କିମ୍ବା ଅନ୍ୟ କୌଣସି ପ୍ରଦୂଷକ ସମୁଦ୍ରରେ ଲିକ୍ ହୋଇଛି କି ନାହିଁ ଏବଂ ଏହାଦ୍ୱାରା ସାମୁଦ୍ରିକ ପରିବେଶ ପ୍ରଭାବିତ ହେବାର ଆଶଙ୍କା ରହିଛି କି ନାହିଁ ତାକୁ ଅପେକ୍ଷା ରହିଛି ।

Share In Social Media
Scroll to Top