
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଶାସ୍ତ୍ର ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଏବଂ ସଠିକ୍ ମାର୍ଗଦର୍ଶନ ପ୍ରଦାନ କରିଥାଏ।। ଚାଣକ୍ୟଙ୍କ ମୂଲ୍ୟବାନ ଚିନ୍ତାଧାରା ଏବଂ ନୀତି ମନୁଷ୍ୟକୁ କଠିନ ପରିସ୍ଥିତିରେ ମଧ୍ୟ ଠିକ୍ ନିଷ୍ପତ୍ତି ନେବାକୁ ଶିଖାଏ, ଯାହା ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇପାରେ।
ପ୍ରମୁଖ ଚାଣକ୍ୟ ନୀତିସମୟର ସଦୁପଯୋଗ: ଯେଉଁ ବ୍ୟକ୍ତି ସମୟର ମୂଲ୍ୟ ବୁଝେ, ସଫଳତା ତାଙ୍କୁ ନିଶ୍ଚୟ ମିଳେ।
ରହସ୍ୟ ଗୋପନ: ନିଜର ଆଗାମୀ ଯୋଜନା ଓ ଦୁର୍ବଳତା କାହା ଆଗରେ ପ୍ରକାଶ କରନ୍ତୁ ନାହିଁ।
ସଚ୍ଚୋଟ ସାଥୀ: ପ୍ରକୃତ ବନ୍ଧୁ ଏବଂ ପରିସ୍ଥିତି ସମୟରେ ହିଁ ନିଜର ଓ ପରର ପରିଚୟ ମିଳେ।
ଶିକ୍ଷା ଓ ଜ୍ଞାନ: ଜ୍ଞାନ ସବୁଠାରୁ ବଡ଼ ଶକ୍ତି; ଏହା ବ୍ୟକ୍ତିକୁ ସମ୍ମାନ ଦିଏ।
ଆପଣଙ୍କ ସଫଳତାକୁ ନେଇ ଈର୍ଷା:
କଷ୍ଟ ସମୟରେ ସାଥ୍ ଦେବା ସହଜ, କିନ୍ତୁ ଆପଣଙ୍କ ଉନ୍ନତି ଦେଖି ହୃଦୟରୁ ଖୁସି ହେବା ହେଉଛି ପ୍ରକୃତ ବନ୍ଧୁତ୍ୱର ପରିଚୟ । ଯଦି ଆପଣଙ୍କ ସଫଳତାରେ ତାଙ୍କ ମୁହଁର ଖୁସି ଗାଏବ ହୋଇଯାଏ, ତେବେ ସମ୍ପର୍କକୁ ବୁଝିବା ଆବଶ୍ୟକ ।
ପ୍ରତ୍ୟେକ କଥାରେ ଆପଣଙ୍କୁ ରୋକିବା:
ଯଦି କୌଣସି ବନ୍ଧୁ ଆପଣଙ୍କ ପ୍ରତ୍ୟେକ ନୂଆ ପ୍ରୟାସକୁ ତୁମ ଦ୍ୱାରା ହେବ ନାହିଁ କହି ରୋକେ, ତେବେ ତାଙ୍କ ପରାମର୍ଶକୁ ଆଖି ବନ୍ଦ କରି ବିଶ୍ୱାସ କରନ୍ତୁ ନାହିଁ । ପରାମର୍ଶ ଓ ନିରୁତ୍ସାହିତ କରିବା ମଧ୍ୟରେ ଥିବା ତଫାତ ବୁଝନ୍ତୁ ।
କେବଳ ସ୍ୱାର୍ଥ ସମୟରେ ମନେ ପକାଇବା:- ଚାଣକ୍ୟ ନୀତି ଅନୁସାରେ, ଯିଏ ଆପଣଙ୍କ ଆବଶ୍ୟକତା ସମୟରେ ଗାଏବ ହୋଇଯାଏ ଏବଂ ନିଜର କାମ ପଡ଼ିଲେ ପୁଣି ଫେରିଆସେ, ସେ ବନ୍ଧୁ କମ୍ ଓ ସ୍ୱାର୍ଥପର ଅଧିକ ହୋଇପାରେ ।
ଆପଣଙ୍କ ଗୁପ୍ତ କଥାକୁ ଅସ୍ତ୍ର କରିବା:- ନିଜର ଦୁର୍ବଳତା ଓ ବ୍ୟକ୍ତିଗତ କଥା ପ୍ରତ୍ୟେକଙ୍କ ସହ ଆଲୋଚନା କରନ୍ତୁ ନାହିଁ । ସମୟ ସହ ସମ୍ପର୍କ ବଦଳିପାରେ ଏବଂ ଆପଣ କହିଥିବା କଥା ଆପଣଙ୍କ ବିରୋଧରେ ବ୍ୟବହାର ହୋଇପାରେ ।
ବ୍ୟବହାରରେ ପରିବର୍ତ୍ତନ: – ଯେପର୍ଯ୍ୟନ୍ତ ଆପଣ ତାଙ୍କଠାରୁ ତଳେ ଥାଆନ୍ତି, ସେ ଆପଣଙ୍କ ସାଥ୍ ଦିଅନ୍ତି । କିନ୍ତୁ ଯେତେବେଳେ ଆପଣ ଆଗକୁ ବଢ଼ିବାକୁ ଲାଗନ୍ତି, ତାଙ୍କ ବ୍ୟବହାର ବଦଳିଯାଏ, ତେବେ ଏପରି ଲୋକଙ୍କଠାରୁ ସାବଧାନ ରୁହନ୍ତୁ ।
ଚାଣକ୍ୟ ନୀତିର ଶିକ୍ଷା:-
-ଏହାର ଅର୍ଥ ନୁହେଁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସନ୍ଦେହ କରିବା ଉଚିତ୍ । ଚାଣକ୍ୟଙ୍କ ଶିକ୍ଷା ହେଉଛି—ବିଶ୍ୱାସ କରନ୍ତୁ, କିନ୍ତୁ ପରଖିବା ପରେ ।
-ସତ ବନ୍ଧୁ ସିଏ, ଯିଏ ଆପଣଙ୍କ ସଫଳତାରେ ଖୁସି ହୁଏ, ଆପଣଙ୍କ ଭୁଲ୍ରେ ବୁଝାଏ ଏବଂ କଷ୍ଟ ସମୟରେ କୌଣସି ସ୍ୱାର୍ଥ ବିନା ଆପଣଙ୍କ ସହ ଠିଆ ହୁଏ ।
ତେଣୁ ଲୋକଙ୍କ କଥା ଅପେକ୍ଷା ତାଙ୍କ କାମ ଓ ବ୍ୟବହାରକୁ ଦେଖନ୍ତୁ । ସମୟ ପ୍ରତ୍ୟେକ ମୁହଁର ପ୍ରକୃତ ମୁଖା ଖୋଲିଦିଏ । ନିଜର ଯୋଜନାକୁ ଭାବି ଚିନ୍ତି ଅନ୍ୟମାନଙ୍କ ସହ ଆଲୋଚନା କରନ୍ତୁ ଏବଂ ନିଜର ଦୁର୍ବଳତାକୁ ସମସ୍ତଙ୍କ ସାମ୍ନାରେ ପ୍ରକାଶ କରନ୍ତୁ ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ନିଜ ଉପରେ ବିଶ୍ୱାସ କରିବା ଶିଖନ୍ତୁ ।





