odisha24 Live

Latest News

Latest News

ଏଣିକି ବିଧାୟକଙ୍କୁ ମିଳିବ କାର୍‌

ଚେନ୍ନାଇ: ବିଧାୟକଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ତାମିଲନାଡୁ ସରକାର। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ବୁଧବାର ବିଧାନସଭାରେ ବିଧାୟକ ଏବଂ ଜନସାଧାରଣଙ୍କ ସମ୍ପର୍କରେ ଅନେକ ବଡ଼ ଘୋଷଣା କରିଛନ୍ତି। ସମସ୍ତ ବିଧାୟକଙ୍କୁ ନୂଆ କାର୍‌ ଦେବା ସହ ଡ୍ରାଇଭର ଓ କାର୍‌ ସମ୍ପର୍କିତ ଖର୍ଚ୍ଚ ପାଇଁ ପ୍ରତିମାସ ୭୫ ହଜାର ଟଙ୍କା ଦିଆଯିବ । ଏହା ସହ ପ୍ରତ୍ୟେକ ବିଧାୟକଙ୍କ କାର୍ଯ୍ୟାଳୟରେ ଜଣେ ସହାୟକ ନିଯୁକ୍ତି ପାଇଁ ମାସିକ ୨୫ ହଜାର ଟଙ୍କା ମଧ୍ୟ ସରକାର ଦେବେ ।ବିଧାୟକମାନେ ନିଜ ନିର୍ବାଚନମଣ୍ଡଳୀକୁ ନିୟମିତ ଯାଇ ଲୋକଙ୍କ ସମସ୍ୟା ବୁଝିବା ଓ ସମାଧାନ କରିବା ଆବଶ୍ୟକ । ହେଲେ ଯାତାୟାତ ଓ କାର୍ଯ୍ୟାଳୟ ସମ୍ପର୍କିତ ଲଜିଷ୍ଟିକ୍‌ ସୁବିଧା ଅଭାବରୁ ସେମାନେ ସମସ୍ୟାରେ ପଡ଼ୁଥିବା ଦାବି ହୋଇଥିଲା । ଭିସିକେ ବିଧାୟକ ଜୋଥିମଣି ବିଧାନସଭାରେ ବିଧାୟକଙ୍କ ପାଇଁ ଗାଡ଼ି ସୁବିଧା ଦେବାକୁ ଦାବି କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ବିଜୟ ଏହି ଘୋଷଣା କରିଛନ୍ତି ।
ସରକାରୀ ଗାଡ଼ି ପ୍ରସଙ୍ଗରେ ଜଣେ ବରିଷ୍ଠ ଡ଼ିଏମକେ ବିଧାୟକ କହିଛନ୍ତି, ପୂର୍ବରୁ ମଧ୍ୟ ଏଭଳି ଦାବି ହୋଇଥିଲା । କିନ୍ତୁ ଆର୍ଥିକ କାରଣ ଦର୍ଶାଇ ପୂର୍ବ ସରକାରଗୁଡ଼ିକ ଏହାକୁ ଅଣଦେଖା କରିଥିଲେ । ଏବେ ବିଧାୟକମାନଙ୍କ ପାଇଁ ଏହି ସୁବିଧା ଘୋଷଣା ହୋଇଛି ।ସେପଟେ ସ୍ୱାସ୍ଥ୍ୟ ଓ ମେଡିକାଲ ଶିକ୍ଷା କ୍ଷେତ୍ର ପାଇଁ ମଧ୍ୟ ସରକାର ବଡ଼ ଘୋଷଣା କରିଛନ୍ତି । ସରକାରୀ ମେଡିକାଲ କଲେଜରେ ଛାତ୍ରଙ୍କ ଆଡମିଶନ କ୍ଷମତା ବଢ଼ାଇବା ପାଇଁ ୩୫୧ କୋଟି ଟଙ୍କା ବ୍ୟୟ କରାଯିବ । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ବ୍ୟାପକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବଡ଼ ପରିବର୍ତ୍ତନ ପ୍ରସ୍ତାବ ହୋଇଛି । ବର୍ତ୍ତମାନ ବାର୍ଷିକ ୫ ଲକ୍ଷ ଟଙ୍କାର ଚିକିତ୍ସା ସୀମାକୁ ବଢ଼ାଇ ୨୫ ଲକ୍ଷ ଟଙ୍କା କରିବାକୁ ସରକାର ପ୍ରସ୍ତାବ ଦେଇଛନ୍ତି।

Share In Social Media
Scroll to Top