odisha24 Live

Latest News

Latest News

ରଣକ୍ଷେତ୍ର ପାଲଟିଲା ମାଷ୍ଟର କ୍ୟାଣ୍ଟିନ୍

ଭୁବନେଶ୍ୱର : ରାଜଧାନୀରେ ଗର୍ଜିଛନ୍ତି ଅନଲାଇନ୍ ଚାଳକ ମିଳିତ ମଞ୍ଚ । ଆପ୍ ଆଧାରିତ ଯାନବାହନ ଚାଳକ ସଂଘର ଧର୍ମଘଟ ଯୋଗୁଁ ଆଜି (ବୁଧବାର) ଭୁବନେଶ୍ବର ଲୋୟର ପିଏମଜିରେ ଅଖଚକ ଜାମ୍ ହୋଇଯାଇଛି । ପାଖାପାଖି ଦୁଇ ହଜାର ଅଟୋ, ବାଇକ ଏବଂ କାର୍ ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ଗାଡ଼ି ଗୁଡିକ ଠିଆ କରି ରାସ୍ତା ଜାମ୍ କରିଛନ୍ତି । ଯାହାଫଳରେ ଯାତ୍ରୀମାନେ ଗୁରୁତର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେପଟେ ଆନ୍ଦୋଳନକାରୀ ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କିଛି ଆନ୍ଦୋଳନକାରୀ ମୋ ବସ ଉପକୁ ଟେକା ପଥର ମାରି କାଚ ଭାଙ୍ଗି ଦେଇଛନ୍ତି । ଅନଲାଇନ୍ ଚାଳକ ମିଳିତ ମଞ୍ଚ ପକ୍ଷରୁ ପ୍ରାପ୍ୟ ବୃଦ୍ଧି ଓ ସାମାଜିକ ସୁରକ୍ଷା ଦାବିରେ ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିଥିବା ସମୟରେ ଅନଲାଇନ୍ ଗାଡ଼ି ଚାଳକଙ୍କ ହିଂସ୍ର ଆନ୍ଦୋଳନକୁ ନେଇ ଚେତାବନୀ ଦେଇଛନ୍ତି ଡିସିପି । ଗାଡ଼ି ସିଜ୍ ହେବ, ଏଫଆଇଆର କରି ଗିରଫ କରିବୁ ବୋଲି କହିଛନ୍ତି ଡିସିପି । ସେମାନଙ୍କ ଦାବି ଅଯଥାର୍ଥ, ଏଥିରେ ସରକାରଙ୍କ କିଛି କରିବାର ନାହିଁ । ସେମାନେ ଘରୋଇ କଂପାନୀ ସହ ସଂପୃକ୍ତ ତେଣୁ ଏଥିରେ ସରକାର କଣ କରିବେ । ଦିନକ ପାଇଁ ଅନୁମତି ଥିଲା ହେଲେ ଆଜି ଜାଣିଶୁଣି ଅସୁବିଧା କରୁଛନ୍ତି ବୋଲି ଡିସିପି ପ୍ରତିକ୍ରିୟା ଦେଇଛନ୍ତି । ଯେଉଁମାନେ ଭଙ୍ଗାରୁଜା କରିଛନ୍ତି, ସେମାନଙ୍କ ମଧ୍ୟରୁ କିଛିଜଣଙ୍କୁ ଅଟକ ରଖାଯାଇଛି । ଥାନାରେ ଏତଲା କରି ଗିରଫ ସହ କୋର୍ଟ ଚାଲାଣ କରିବୁ ବୋଲି ଡିସିପି କହିଛନ୍ତି ।

Share In Social Media
Scroll to Top