odisha24 Live

Latest News

Latest News

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର

ଭୁବନେଶ୍ୱର: ରାଜ୍ୟରେ ଅନୁକମ୍ପାମୂଳକ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସରଳ ଓ ସ୍ୱଚ୍ଛ କରିବା ଦିଗରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ‘ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଥଇଥାନ ସହାୟତା) ନିୟମ, ୨୦୨୬’ କୁ ଅନୁମୋଦନ ମିଳିଛି। ଏହି ନୂଆ ନିୟମ ପୁରୁଣା ‘ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଥଇଥାନ ସହାୟତା) ନିୟମ, ୨୦୨୦’ର ସ୍ଥାନ ନେବ। ଚାକିରି କାଳରେ ପ୍ରାଣ ହରାଉଥିବା ସରକାରୀ କର୍ମଚାରୀଙ୍କ ଯୋଗ୍ୟ ପରିବାର ସଦସ୍ୟଙ୍କୁ କିପରି ବିନା ଦ୍ୱିଧାରେ ଏବଂ ଠିକ୍ ସମୟରେ ନିଯୁକ୍ତି ମିଳିପାରିବ, ସେଥିପାଇଁ ଏହି ନୂତନ ନିୟମାବଳୀ ପ୍ରସ୍ତୁତ କରାଯାଇଛି।ଏହି ନୂଆ ବ୍ୟବସ୍ଥା ଅନୁଯାୟୀ ସର୍ବାଧିକ ବାଧକ ସାଜୁଥିବା ‘୧୦୦-ପଏଣ୍ଟ ମୂଲ୍ୟାୟନ ପ୍ରଣାଳୀ’କୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରାଯାଇଛି । ସେହିପରି, ଥଇଥାନ ସହାୟତା ଯୋଜନା ଅଧୀନରେ ଗ୍ରୁପ୍-ଡି ପଦବୀ ପୂରଣ ପାଇଁ ଥିବା ୫୦ ପ୍ରତିଶତ ସୀମା ବା କଟକଣାକୁ ମଧ୍ୟ ହଟାଇ ଦିଆଯାଇଛି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ, ଯଦି ମୃତ କର୍ମଚାରୀଙ୍କ ପତ୍ନୀ କିମ୍ବା ସ୍ୱାମୀଙ୍କ ବୟସ ୫୦ ବର୍ଷରୁ ଅଧିକ ହୋଇଥାଏ, କିମ୍ବା ସେ ନିଯୁକ୍ତି ନେବାକୁ ଅନିଚ୍ଛୁକ ଥାଆନ୍ତି କିମ୍ବା ମେଡିକାଲ୍ ବୋର୍ଡ ଦ୍ୱାରା ଅକ୍ଷମ ଘୋଷିତ ହୁଅନ୍ତି, ତେବେ ପରିବାରର ଅନ୍ୟ କୌଣସି ଯୋଗ୍ୟ ସଦସ୍ୟଙ୍କୁ ଚାକିରି ପାଇଁ ମନୋନୀତ କରାଯାଇପାରିବ ।

Share In Social Media
Scroll to Top