
ମୁମ୍ବାଇ : ଭାରତରେ ଗୁଗଲ ନିଜର ନୂଆ ବୁକ୍ ଷ୍ଟାଇଲର ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ ପ୍ରୋ ଫୋଲ୍ଡକୁ ଲଞ୍ଚ କରିଛି । ଏହି ଫୋନ୍ ଗୁଗଲର ନୂଆ ପିକ୍ସୱେଲ 11 ସିରିଜ ସହିତ ପ୍ରଚଳନ କରିଛି । କ୍ୟାମେରା କଥା କୁହାଯାଏ ତେବେ ଏଥିରେ ଟ୍ରିପଲ କ୍ୟାମେରାର ସେଟଅପ୍ ଦିଆଯାଇଛି । ଯେଉଁଥିରେ ୪୮ MPର ମେନ୍ କ୍ୟାମେରା ସହିତ f/୧.୭ ଆପେର୍ଚର ସାମିଲ ରହିଛି । ଏହା ସହିତ ୧୦.୫MPର ଅଲଟ୍ରା ୱାଇଡ କ୍ୟାମେରା ରହିଛି । ଯେଉଁଥିରେ ୧୨୭ ଡିଗ୍ରୀ ଫିଲ୍ଡ ଅଫ୍ ଭ୍ୟୁ ମିଳୁଛି । ତୃତୀୟରେ f/୩.୧ ଆପେର୍ଚର ସହିତ ୧୦.୮ MPର ଟେଲିଫଟୋ କ୍ୟାମେରାର ସୁୀଳ ବିଧା ରହିଛି । ଯାହା ୫x ଅପ୍ଟିକାଲ୍ ଜୁମ୍ ଏବଂ ୩୦x ଡିଜିଟାଲ୍ ଜୁମକୁ ସପୋର୍ଟ କରିଥାଏ । ସେଲଫି ଏବଂ ଭିଡିଓ କଲିଂ ପାଇଁ କଭର ଡିସପ୍ଲେ ଏବଂ ଭିତର ସ୍କ୍ରିନରେ ଗୋଟିଏ ଗୋଟିଏ ୧୦ ମେଗାପିକ୍ସେଲ କ୍ୟାମେରା ସୁବିଧା ରହିଛି । ଫୋନରେ ପ୍ରତି ସେକେଣ୍ଡରେ ୬୦ ଫ୍ରେମ୍ ପର୍ଯ୍ୟନ୍ତ 4K ଭିଡିଓ ରେକର୍ଡ କରିପାରିବ ।

