odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ହାତୀଙ୍କ ପାଇଁ ଦିନଟିଏ

ଭୁବନେଶ୍ୱର : ଆଜି ହସ୍ତୀ ଦିବସ । ହାତୀଙ୍କ ପାଇଁ ଦିନଟିଏ । ୨୦୧୨ ମସିହାରୁ ବିଶ୍ୱ ହସ୍ତୀ ଦିବସ ପାଳନ ହୋଇଆସୁଛି। ବିଶ୍ୱରୁ ହାତୀଙ୍କ ସୁରକ୍ଷା, ସଂରକ୍ଷଣ ଏବଂ ସେମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଓ ବେଆଇନ ଶିକାର ବିଷୟରେ ଲୋକଙ୍କୁ ସଚେତନ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ହାତୀ ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହାତୀମାନଙ୍କୁ ସୁରକ୍ଷା ଦେବା, ସେମାନଙ୍କର ପ୍ରାକୃତିକ ବାସସ୍ଥାନ ସଂରକ୍ଷଣ ଏବଂ ମଣିଷ-ହାତୀ ସହାବସ୍ଥାନକୁ ସୁଦୃଢ଼ କରିବା ପାଇଁ ଏକାଠି ହେବାକୁ ଲୋକଙ୍କୁ ଆହ୍ୱାନ କରିଛନ୍ତି।ସେ ଏନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ ମଧ୍ଯ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ହାତୀ ଆମ ପ୍ରାକୃତିକ ପରିବେଶ, ଜୈବ ବିବିଧତା ଏବଂ ଗୌରବମୟ ସଂସ୍କୃତିର ଅନନ୍ୟ ପ୍ରତୀକ। ମହାପ୍ରଭୁଙ୍କ ହାତୀ ବେଶଠାରୁ ଆରମ୍ଭ କରି ମନ୍ଦିର ଗାତ୍ରର ସ୍ଥାପତ୍ୟ ଏବଂ ଆମର ସମୃଦ୍ଧ ଇତିହାସ ପର୍ଯ୍ୟନ୍ତ, ଗଜରାଜ ସଦାସର୍ବଦା ଓଡ଼ିଶାର ସାଂସ୍କୃତିକ ପରିଚୟ ସହ ନିବିଡ଼ ଭାବେ ଜଡ଼ିତ। ବିଶ୍ୱ ହସ୍ତୀ ଦିବସ ଅବସରରେ ଆସନ୍ତୁ ହାତୀମାନଙ୍କ ସୁରକ୍ଷା, ସଂରକ୍ଷଣ ଏବଂ ସେମାନଙ୍କ ପ୍ରାକୃତିକ ବାସସ୍ଥଳୀର ସୁରକ୍ଷିତ ଭବିଷ୍ୟତ ପାଇଁ ସଙ୍କଳ୍ପବଦ୍ଧ ହେବା। ମାନବ-ହାତୀ ସହବସ୍ଥାନକୁ ଆହୁରି ସୁଦୃଢ଼ କରି ପ୍ରକୃତିର ଏହି ଗୌରବମୟ ସମ୍ପଦର ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବା।

Share In Social Media

Leave a Comment

Your email address will not be published. Required fields are marked *

Scroll to Top