
ମୁମ୍ବାଇ : ବଲିଉଡ ତଥା ଶ୍ୱେତା ତିୱାରୀ ଟେଲିଭିଜନ ଜଗତର ଖୁବ୍ ଲୋକପ୍ରିୟ । ସବୁବେଳେ ‘ଦ ଟ୍ରେଟର୍ସ ୨’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଶ୍ୱେତା । ଶୋ’ର ଅନେକ ପ୍ରୋମୋରେ ତାଙ୍କୁ ଦେଖିବାକୁ ମିଳିଛି । ପ୍ରୋମୋଗୁଡ଼ିକ ମଧ୍ୟ ସୋସିଆଲ ମିଡିଆରେ ଭଲ ଚର୍ଚ୍ଚା ସାଉଁଟୁଛି। ଶ୍ୱେତା ତିୱାରୀ ଡେଙ୍ଗୁରେ ଆକ୍ରାନ୍ତ। ଅସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ଖବର ଆସିଛି। ଏବେ ସେ ଡାକ୍ତରଙ୍କ ନିରୀକ୍ଷଣରେ ଚିକିତ୍ସିତ ହେଉଛନ୍ତି । ରିପୋର୍ଟ ଅନୁସାରେ, ଶ୍ୱେତା ତିୱାରୀଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡ଼ିଛି।‘କସୌଟି ଜିନ୍ଦଗୀ କେ’, ‘ପରଭାଶୀ’, ‘ମେରେ ଡ୍ୟାଡ୍ କି ଦୁଲହନ୍’ ଭଳି ଧାରାବାହିକ ସହ ସେ ଜଡ଼ିତ ରହିଛନ୍ତି। ଏହା ସହ ‘ବିଗ୍ ବସ୍’, ‘ନଚ୍ ବଲିଏ’ ଏବଂ ‘ମୁଝେ ଜଙ୍ଗଲ ସେ ବଚାଓ’ ଭଳି ରିଆଲିଟି ଶୋ’ରେ ମଧ୍ୟ ନଜର ଆସିଛନ୍ତି। ଶ୍ୱେତା ଦୁଇ ସନ୍ତାନ ପାଲକ ଏବଂ ରେୟାନ୍ଶଙ୍କ ମାଆ । ଏବେ ଅସୁସ୍ଥ ହୋଇ ହସ୍ପିଟାଲରେ ଥିବା ଶ୍ୱେତାଙ୍କ ଶୀଘ୍ର ସୁସ୍ଥତା କାମନା କରୁଛନ୍ତି ତାଙ୍କ ପ୍ରଶଂସକ ।

