
କୋଲକାତା : ପଶ୍ଚିମବଙ୍ଗର ହାଲିସହରଠାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପୁଲିସ ହାଜତ ମୃତ୍ୟୁର ଶିକାର ହୋଇଥିବା ଜଣେ ତୃଣମୂଳ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଶୋକସନ୍ତପ୍ତ ପରିବାରକୁ ଭେଟିବାକୁ ଯାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରବଳ ଜନଆକ୍ରୋଶର ସାମ୍ନା କରିଛନ୍ତି । ସେଠାରେ ପହଞ୍ଚିବା କ୍ଷଣି ଉତ୍ତ୍ୟକ୍ତ ଲୋକେ ତାଙ୍କ ଗାଡ଼ିକୁ ଅଟକାଇ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ “ଚୋର” ନାରାବାଜି କରିଥିଲେ। ଏପରିକି ତାଙ୍କ କନଭୋୟ ଉପରକୁ ଇଟା, ପଥର, କାଦୁଅ ଓ ଜୋତା-ଚପଲ ଫିଙ୍ଗାଯାଇଥିବା ଅଭିଯୋଗ ହୋଇଛି।ପଶ୍ଚିମବଙ୍ଗ ପୁଲିସ ହେପାଜତରେ ଜଣେ ଟିଏମସି କାର୍ଯ୍ୟକର୍ତ୍ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ପୀଡ଼ିତ ପରିବାର ଓ ଦଳ ପକ୍ଷରୁ ଗୁରୁତର ଅଭିଯୋଗ ହୋଇଥିଲା। ଏହି ସମ୍ବେଦନଶୀଳ ଘଟଣାରେ ପରିବାରକୁ ସମବେଦନା ଜଣାଇବା ପାଇଁ ମମତା ବାନାର୍ଜୀ ହାଲିସହର ଗସ୍ତ କରିଥିଲେ।

