odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

କାଲିଫର୍ଣ୍ଣିଆରରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା

କାଲିଫର୍ଣ୍ଣିଆର ଇସ୍କନ ଦ୍ଵାରା ଶ୍ରୀଜୀଉଙ୍କ ଏକ ଅଦିନିଆ ସ୍ନାନଯାତ୍ରା ଆୟୋଜିତ ହୋଇଛି। ନିର୍ଦ୍ଧାରିତ ପରମ୍ପରା ଓ ଓଡ଼ିଆ ରୀତିନୀତି ବାହାରେ ଏହିପରି ଭାବେ ଅଦିନରେ ସ୍ନାନଯାତ୍ରା କରାଯିବାକୁ ନେଇ ସନାତନ ଧର୍ମ ଏବଂ ଓଡ଼ିଆ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ଓ ବିବାଦ ଦେଖାଦେଇଛି। ମିଳିଥିବା ସୂଚନା ଅନୁଯାୟୀ ,ଇସ୍କନ ପକ୍ଷରୁ ଅଦିନିଆ ସ୍ନାନଯାତ୍ରାକୁ ନେଇ ବିବାଦ ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନଯାତ୍ରା ଏବଂ ଏହାପରେ ରଥଯାତ୍ରାର ପରମ୍ପରା ଶେଷ ହୋଇସାରିଥିବା ବେଳେ, କାଲିଫର୍ଣ୍ଣିଆର ଇସ୍କନ ବରକିଲି ପକ୍ଷରୁ ପୁଣି ସ୍ନାନଯାତ୍ରା ଆୟୋଜନକୁ ନେଇ ଉଠିଛି ପ୍ରଶ୍ନ। ତେବେ ଗତକାଲି ରବିବାର ଛୁଟି ଦିନକୁ ଦେଖି ସ୍ନାନଯାତ୍ରା ଆୟୋଜନ ହୋଇଥିବା କୁହାଯାଉଛି। କିଭଳି ଭାବରେ ଇସ୍କନ ସାନ୍ନ ଯାତ୍ରା ଆୟୋଜନ କରିଛି ତାର ଭିଡିଓ ଏବେ ସାମ୍ନାକୁ ଆସିଛି। ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀଅଙ୍ଗରେ ଢାଳ ଢାଳ ପାଣି ଅର୍ପଣ କରାଯାଉଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଏହାକୁ ନେଇ ଜଗନ୍ନାଥ ସଂସ୍କୃତିପ୍ରେମୀ ଓଡ଼ିଆମାନେ ଆପତ୍ତି ଉଠାଇଛନ୍ତି। ମହାପ୍ରଭୁଙ୍କ ରୀତିନୀତିର ନିଜସ୍ୱ ପରମ୍ପରା ରହିଛି। ସ୍କନ୍ଦ ପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟରେ ମଧ୍ୟ ଏହାର ଉଲ୍ଲେଖ ରହିଛି। ତେବେ ପରମ୍ପରା ବାହାରେ ଏଭଳି ଆୟୋଜନ କରିବା କେତେଦୂର ଠିକ୍?

Share In Social Media

Leave a Comment

Your email address will not be published. Required fields are marked *

Scroll to Top