
ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ରାଜ୍ୟରେ ପୁଣି ବଢ଼ିଲା ବର୍ଷା ଓ ବନ୍ୟା ଚିନ୍ତା। ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଆଗାମୀ ୪-୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଲଘୁଚାପ ପ୍ରଭାବରେ ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବା ବୋଲି ପାଣିପାଗ ବିଭାଗ ପକ୍ଷରପ ସୂଚନା ଦିଆଯାଇଛି । ସେପଟେ ବର୍ଷା ପ୍ରଭାବରେ ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି ଉପୁଜିବାର ସମ୍ଭାବନା ରହିଛି । ବର୍ଷା ଲାଗି ରହିଲେ ନଦୀ ଗୁଡ଼ିକର ଜଳସ୍ତର ବୃଦ୍ଧି ହେବାର ଆଶଙ୍କା ପ୍ରକାଶ ପାଇଛି ।

