odisha24 Live

Latest News

Latest News

ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ନଦେଇ ପଳାଇଲେ ଶେହବାଜ

ନୂଆଦିଲ୍ଲୀ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମିଳିତ ଜାତିସଂଘ (ୟୁଏନ) ମୁଖ୍ୟାଳୟରେ ହଟହଟା ହୋଇଛନ୍ତି। ଆତଙ୍କବାଦ ସମ୍ବନ୍ଧରେ ସାମ୍ବାଦିକ ପଚାରିଥିବା ପ୍ରଶ୍ନର ଉତ୍ତର ନ ଦେଇ ସେ ପୁଣି ଥରେ ପାକିସ୍ତାନର ଦୋମୁହାଁ ନୀତିକୁ ପଦାରେ ପକାଇ ଦେଇଛନ୍ତି। ସାମ୍ବାଦିକମାନେ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ପ୍ରତିଷ୍ଠାତା ହାଫିଜ ସଇଦକୁ ନେଇ ଗୁରୁବାର ଶେହବାଜଙ୍କୁ ପ୍ରଶ୍ନ ପଚାରି ଥିଲେ। ତେବେ ସେ ପ୍ରଶ୍ନକୁ ଅଣଦେଖା କରି ପଳାଇ ଥିଲେ।

ସୂଚନା ଅନୁଯାୟୀ, ୟୁଏନ ମୁଖ୍ୟାଳୟରେ ପ୍ରବେଶ କରିବା ସମୟରେ ସାମ୍ବାଦିକମାନେ ତାଙ୍କ ପ୍ରଶ୍ନ କରିିଥିଲେ ଯେ ପ୍ରଧାନମନ୍ତ୍ରୀ ଆପଣ ଆତଙ୍କବାଦୀଙ୍କୁ ଶରଣ ଦେବା କେବେ ବନ୍ଦ କରିବେ? ମାତ୍ର ଶେହବାଜ ଏହାର ଉତ୍ତର ଦେଇ ନ ଥିଲେ। ପୁଣି ୟୁଏନରୁ ବାହାରିବା ସମୟରେ ହାଫିଜ ସଇଦ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ତାଙ୍କୁ ପଚରା ଯାଇଥିଲା। ପାକିସ୍ତାନ ପ୍ରଧାନମନ୍ତ୍ରୀ କିିଛି ନକହି ପଳାଇ ଥିଲେ।

Share In Social Media
Scroll to Top