
ଶରୀରକୁ ସୁସ୍ଥ ରଖିବା ପାଇଁ ସୁସ୍ଥ ଖାଦ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଖାଇବା ଏବଂ ପିଇବା ଦ୍ୱାରା ଆମେ ଶକ୍ତି ଏବଂ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ପାଇଥାଉ । ତେଣୁ ଋତୁ ବଦଳିବା ସହିତ ଖାଦ୍ୟାଭ୍ୟାସରେ ମଧ୍ୟ ପରିବର୍ତ୍ତନ ଆଣିବା ଜରୁରୀ ।ଶରୀରକୁ ସୁସ୍ଥ ରଖିବା ପାଇଁ ସୁସ୍ଥ ଖାଦ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଖାଇବା ଏବଂ ପିଇବା ଦ୍ୱାରା ଆମେ ଶକ୍ତି ଏବଂ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ପାଇଥାଉ । ତେଣୁ ଋତୁ ବଦଳିବା ସହିତ ଖାଦ୍ୟାଭ୍ୟାସରେ ମଧ୍ୟ ପରିବର୍ତ୍ତନ ଆଣିବା ଜରୁରୀ ।ବର୍ଷା ଦିନିଆ ବନ୍ଧା କୋବି ଆଦୌ ଖାଆନ୍ତୁ ନାହିଁ । ବନ୍ଧା କୋବିର ପତ୍ରରେ ବହୁତ କୁନି କୁନି ପୋକ ସବୁ ଲାଗି କରି ରହିଥାନ୍ତି । ଯାହା ପେଟକୁ ଯିବା ଦ୍ବାରା ଖାଦ୍ୟକୁ ବିଷାକ୍ତ କରିଦେଇଥାଆନ୍ତି । ଏଥିସହ ବର୍ଷା ଦିନେ ଖଟା କିମ୍ବା ଆଚାର ଖାଇବା ଆଦୌ ଦେହ ପକ୍ଷେ ସୁସ୍ଥକର ନୁହେଁ । ଏସବୁ ଖାଦ୍ୟଠାରୁ ନିଜକୁ ଦୂରେଇ ରଖିବା ସବୁଠାରୁ ଭଲ ହୋଇଥାଏ । କୌଣସି ବି ପରିବା କିମ୍ବା ଫଳ କାଟିକି ରଖି ପରବର୍ତ୍ତୀ ମୁହୂର୍ତ୍ତରେ ଖାଆନ୍ତୁ ନାହିଁ । କଟା ଫଳ କିମ୍ବା ପରିବା ବର୍ଷା ଦିନେ କିଛି କ୍ଷଣ ବାହାରେ ରହିବା ପରେ ବିଷାକ୍ତ ହୋଇଯାଇଥାଏ । ସେଥିପାଇଁ ଏଭଳି ଭାବେ ଫଳ ଆଦୌ ଖାଆନ୍ତୁ ନାହିଁ ।
ଏହା ବ୍ୟତୀତ ବର୍ଷା ଦିନରେ ରାସ୍ତା କଡ଼ିଆ ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ । ବିଶେଷ କରି ରାସ୍ତା କଡ଼ରେ ମିଳୁଥିବା ଦୋକାନମାନଙ୍କରେ ତେଲଭାଜି ଖାଇବା ଦ୍ୱାରା ଶରୀର ଅସୁସ୍ଥ ହେବାର ବହୁ ସମ୍ଭାବନା ରହିଛି । ଯେମିତିକି ବର୍ଷାଦିନେ ସିଙ୍ଗଡା, ପକୁଡି, ବରା ଭଳି ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ । ନଚେତ୍ ଏହା ପାଟିକୁ ସ୍ବାଦିଷ୍ଟ କରିଥାଏ ସତ କିନ୍ତୁ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ମକା ଦେହ ପାଇଁ ଭଲ ବୋଲି ଆପଣ ନିଶ୍ଚୟ ଭାବୁଥିବେ । ହେଲେ ଏହା ପରବର୍ତ୍ତୀ ସମୟରେ ବିପଦଜନକ ସମସ୍ୟା ସୃଷ୍ଟି କରିଥାଏ । ଯଦି ଆପଣ ଏହି ଋତୁରେ ଏପରି କିଛି ଖାଦ୍ୟ ଖାଉଛନ୍ତି, ତେବେ ଏଥିରୁ ଦୂରେଇ ରଖନ୍ତୁ ନଚେତ୍ ଭୋଗିବେ ଅନେକ ସ୍ବାସ୍ଥ୍ୟ ସମସ୍ୟା । ଯଦି ମାଂସ କିମ୍ବା ସାମୁଦ୍ରିକ ଖାଦ୍ୟ ଭଲ ଭାବରେ ରନ୍ଧା ନହୁଏ, ତେବେ ଏଥିରେ ଥିବା କ୍ଷତିକାରକ ଅଣୁଜୀବ ଖାଦ୍ୟ ବିଷାକ୍ତକରଣର କାରଣ ହୋଇପାରେ । ବର୍ଷା ଋତୁରେ ଏହି ଖାଦ୍ୟ ପ୍ରତି ବିଶେଷ ସତର୍କତା ଆବଶ୍ୟକ । ବର୍ଷା ଋତୁରେ ସ୍ୱାଦଠାରୁ ଅଧିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଅନ୍ତୁ ।

