odisha24 Live

Latest News

Latest News

୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ। ଏହା ପ୍ରଭାବରେ ବର୍ଷାରେ ଭିଜୁଛି ଓଡିଶା । କିଛି ଜିଲ୍ଲାରେ ସ୍ୱାଭାବିକଠାରୁ ବହୁ ଅଧିକ ବର୍ଷା ରେକର୍ଡ ହୋଇଛି । ବିଶେଷ କରି ବୌଦ୍ଧ ଓ ବରଗଡରେ ବର୍ଷାର ପରିମାଣ ଚିନ୍ତା ବଢାଇଛି । ପ୍ରବଳ ବର୍ଷା ପାଇଁ ୧୮ ଜିଲ୍ଲାକୁ ଅରେଞ୍ଜ ଓ ପ୍ରବଳ ବର୍ଷା ପାଇଁ ବାକି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ଦୁଇ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଲଗାଣ ବର୍ଷା ହେଲେ ତଳିଆ ଅଞ୍ଚଳରେ ପାଣି ଜମିବା, ଛୋଟ ନଦୀ ଓ ନାଳରେ ଜଳସ୍ତର ବଢ଼ିବା ସହ କେତେକ ସ୍ଥାନରେ ଯାତାୟାତ ପ୍ରଭାବିତ ହେବାର ଆଶଙ୍କା ରହିଛି। ସେହିପରି ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି । ଏସବୁ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଲଗାଣ ବର୍ଷା ପରିପ୍ରେକ୍ଷୀରେ ବନ୍ୟାପ୍ରବଣ ଓ ତଳିଆ ଅଞ୍ଚଳଗୁଡ଼ିକ ଉପରେ ପ୍ରଶାସନ ନଜର ରଖିଛି। ଅଧିକ ବର୍ଷା ହେଲେ ସହରାଞ୍ଚଳର ତଳିଆ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇପାରେ ।
ଗ୍ରାମାଞ୍ଚଳରେ କଚ୍ଚା ରାସ୍ତା ଓ ଛୋଟ ପୋଲ ଉପରେ ପାଣି ପ୍ରବାହିତ ହେବାର ଆଶଙ୍କାକୁ ମଧ୍ୟ ଦୃଷ୍ଟିରେ ରଖାଯାଇଛି । ବଙ୍ଗୋପସାଗରରେ ସକ୍ରିୟ ପାଣିପାଗ ବ୍ୟବସ୍ଥା ଯୋଗୁଁ ଓଡ଼ିଶା ଉପକୂଳ ଓ ସଂଲଗ୍ନ ସମୁଦ୍ର ଅଞ୍ଚଳ ଅଶାନ୍ତ ରହିବାର ଆଶଙ୍କା ରହିଛି। ଝଟକା ପବନର ବେଗ ଘଣ୍ଟା ପ୍ରତି ପ୍ରାୟ ୬୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ । ଏହି କାରଣରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ସତର୍କ କରାଯାଇଛି । ପାଣିପାଗ ସ୍ଥିତିରେ ପରିବର୍ତ୍ତନ ହେଲେ ଆଇଏମଡ଼ି ପକ୍ଷରୁ ପରବର୍ତ୍ତୀ ବୁଲେଟିନ୍ ରେ ସତର୍କ ସୂଚନାରେ ପରିବର୍ତ୍ତନ କରାଯାଇପାରେ । ତେଣୁ ବିଶେଷକରି ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଥିବା ଜିଲ୍ଲାର ଲୋକଙ୍କୁ ସତର୍କ ରହିବା ସହ ସରକାରୀ ପାଣିପାଗ ସୂଚନା ଅନୁସରଣ କରିବାକୁ କୁହାଯାଇଛ ।

Share In Social Media
Scroll to Top