odisha24 Live

Latest News

Latest News

ନିଆଁରେ ଜଳିଲା ହସ୍ପିଟାଲ, ରୋଗୀଙ୍କ ମଧ୍ୟରେ ହାହାକାର

ମୁମ୍ବାଇ : ସୋମବାର ଭୋର ପ୍ରାୟ ୩ଟା ୩୦ ସମୟରେ ମହାରାଷ୍ଟ୍ରର ଅମରାବତୀ ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଅମରାବତୀ ସରକାରୀ ମହିଳା ହସ୍ପିଟାଲର ନବଜାତ ଶିଶୁ ବିଭାଗରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ପୋଡ଼ି ଯାଇ ୩ ନିରୀହ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି, ଯେତେବେଳେ ଛଅ ଜଣ ଆହତ ହୋଇଛନ୍ତି। ଆହତ ଶିଶୁମାନଙ୍କୁ ନିକଟସ୍ଥ ଅନ୍ୟ ଏକ ସରକାରୀ ସୁପର ସ୍ପେଶାଲିଟି ସେଣ୍ଟରରେ ଭର୍ତ୍ତି କରାଯାଇଛି। ଭୋର ୩ଟା ୩୦ରେ ନବଜାତ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଏନ୍‌ଆଇସିୟୁ)ରେ ଥିବା ଏକ ଭେଣ୍ଟିଲେଟର ହଠାତ୍ ବିସ୍ଫୋରଣ ହୋଇଥିଲା, ଯାହା ଫଳରେ ନିଆଁ ଲାଗିଯାଇଥିଲା। ହସ୍ପିଟାଲର ତୃତୀୟ ମହଲାରେ ନିଆଁ ଲାଗିଥିଲା। ୩୯ ଜଣ ଶିଶୁଙ୍କୁ ରଖିବା ପାଇଁ ତିନୋଟି କୋଠରୀ ଅଛି। ନିଆଁ ଲାଗିବା ମାତ୍ରେ ଡାକ୍ତର, ନର୍ସ ଏବଂ ଡ୍ୟୁଟିରେ ଥିବା କର୍ମଚାରୀମାନେ ନବଜାତ ଶିଶୁମାନଙ୍କୁ ଭେଣ୍ଟିଲେଟରରୁ ବାହାର କରିଥିଲେ।

Share In Social Media
Scroll to Top