odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଚିତାଲାଗି ଅମାବାସ୍ୟାରେ ମହାପ୍ରଭୁଙ୍କୁ ଲାଗିବ ସ୍ୱର୍ଣ୍ଣ ଚିତା

ପୁରୀ : ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ଠାରେ ଲାଗି ହେବ ଚିତା । ପ୍ରଥମ ଭୋଗମଣ୍ଡପ ଶେଷପରେ ଅନୁଷ୍ଠିତ ହେବ ନୀତି । ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା ଏହି ୫ ଘଣ୍ଟା ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଚତୁର୍ଦ୍ଧାମୂରତି ଦର୍ଶନ । ଦାରୁଦିଅଁଙ୍କୁ ଦଇତା ପତି ସେବକମାନେ ରତ୍ନଚିତା ଲାଗି କରାଇବେ । ଏହା ଏକ ଗୁପ୍ତ ନୀତି । ତେଣୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଦାରୁ ବିଗ୍ରହମାନେ ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳ ସ୍ନାନ କରି ଜ୍ୱରାକ୍ରାନ୍ତ ହୋଇ ଅଣସର ପିଣ୍ଡିକୁ ବିଜେ କରିବା ସମୟରେ ସମୟରେ ଶ୍ରୀଜିଉ ମାନଙ୍କଠାରୁ ରତ୍ନଚିତା ଓଲାଗି କରାଯାଏ । ରଥରେ ମହାପ୍ରଭୁ ସେଲରେ ପ୍ରସ୍ତୁତ ଚିତା ଲାଗି ହୋଇଥିଲେ । ପରମ୍ପରା ମୁତାବକ , ଆଜି ଚିତାଲାଗି ଅମାବାସ୍ୟାରେ ଠାକୁରଙ୍କୁ ରତ୍ନଚିତା ଲାଗି କରାଯିବ । ଶ୍ରୀ ଜଗନ୍ନାଥ ମହାପ୍ରଭୁ ଶ୍ୱେତ ହୀରା ଖଚିତ ସୁବର୍ଣ୍ଣ ଚିତା, ପ୍ରଭୁ , ବଳଭଦ୍ର ମାଣିକ୍ୟ ଏବଂ ଦେବୀ ସୁଭଦ୍ରା ଲୀଳା ଖଚିତ ସୁବର୍ଣ୍ଣ ଚିତା ଧାରଣ କରିବେ ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top