
ବିଶକେକ୍: କିର୍ଗିଜସ୍ତାନର ରାଜଧାନୀ ବିଶକେକ୍ଠାରେ ବର୍ତ୍ତମାନ ଚାଲିଥିବା ୨୬ତମ ଶାଙ୍ଘାଇ ସହଯୋଗ ସଙ୍ଗଠନ ଶିଖର ସମ୍ମିଳନୀ ବିଶ୍ୱ ରାଜନୀତି ପାଇଁ ଏକ ପ୍ରମୁଖ ମଞ୍ଚ ପାଲଟିଛି। କାର୍ଗିଜସ୍ତାନରେ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ସମାଧାନ କେବଳ ଆଲୋଚନା ମାଧ୍ୟମରେ ହିଁ ହୋଇପାରିବ ବୋଲି କହିଛନ୍ତି ମୋଦୀ । ଏସ୍ସିଓ ସମିଟରେ ଯୋଗଦେବା ପାଇଁ ଯାଇଛନ୍ତି ପ୍ରଧାନମନ୍ତ୍ରୀ ।ଏହି ଅବସରରେ ସେ ପୁଟିନଙ୍କୁ ଭେଟିବା ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରି ଶାନ୍ତି ମାର୍ଗରେ ଆଗେଇବା ପାଇଁ ପରାମର୍ଶ ଦେଇଛନ୍ତି ମୋଦୀ । ପାଖାପାଖି ୩୦ ମିନିଟ ପର୍ଯ୍ୟନ୍ତ ଉଭୟ ନେତା ଆଲୋଚନା କରିଥିଲେ । ପୁଟିନ କହିଥିଲେ ଯେ ଭାରତ ଓ ଋଷ ମଧ୍ୟରେ ସମ୍ପର୍କର ଅଗ୍ରଗତି ହୋଇଛି । ବିଭିନ୍ନ କ୍ଷେତ୍ରରେ ଦୁଇ ରାଷ୍ଟ୍ର ସହଭାଗିତାରେ କାମ କରୁଛନ୍ତି । ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ପୁଟିନ କହିଛନ୍ତି । ଦୁଇ ଦେଶ ମଧ୍ୟରେ ପର୍ଯ୍ୟଟନ ହାର ବଢିଥିବା ବେଳେ ଏହାକୁ ନେଇ ଖୁସି ପ୍ରକଟ କରିଥିଲେ ପୁଟିନ୍ ।





