
ନେପାଳ : ନେପାଳ ବନ୍ୟାକୁ ଏବେସୁଦ୍ଧା ୧୦ ଦିନ ବିତିଗଲାଣି । ଚାରିପଟେ ମୃତ୍ୟୁର ତାଣ୍ଡବ। ଦିନେ ନୁହେଁ କି ଦୁଇ ଦିନ ନୁହେଁ, ପୂରା ୯ ଦିନ ଧରି ସୁଡ଼ଙ୍ଗ ଭିତରେ ଫସି ରହିଥିଲେ ଶ୍ରମିକ। ବାହାରେ ଥିବା ଲୋକଙ୍କ ମନରେ ଧୀରେ ଧୀରେ ଆଶା କମିବାକୁ ଲାଗିଥିଲା। ହେଲେ ହଠାତ୍ ସୁଡ଼ଙ୍ଗ ଭିତରୁ ଶୁଣାଗଲା ମଣିଷଙ୍କ ସ୍ୱର। ଆଉ ତା’ପରେ ଆରମ୍ଭ ହେଲା ଜୋରଦାର ଉଦ୍ଧାର ଅଭିଯାନ।
ଶେଷରେ ଆସିଲା ଖୁସିର ଖବର। ନେପାଳର ରସୁୱା ଜିଲ୍ଲାର ତ୍ରିଶୁଳୀ-୩ଏ ହାଇଡ୍ରୋପାୱାର ପ୍ରକଳ୍ପର ସୁଡ଼ଙ୍ଗ ଭିତରୁ ୯ ଦିନ ପରେ ୨ ଜଣ ଶ୍ରମିକଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଏହି ଘଟଣା ପରେ ଏବେ ସୁଡ଼ଙ୍ଗ ଭିତରେ ଆଉ କେହି ଫସିଥିବା ଆଶା ବଢ଼ିଛି।





